ଚିଙ୍ଗୁଡିଆ ରେ ଅସ୍ଥାୟୀ କାଠ ପୋଲ ନିର୍ମାଣ ପାଇଁ ଦାବି

258 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ବରୀ ବ୍ଲକ ବୋଦୁଅ ପଂଚାୟତଟି ନଦୀ ନାଳ ଘେରା ଅଂଚଳ ଯାହାର ଗୋଟିଏ ପଟେ ଖରସ୍ରୋତା ନଦୀ ଅନ୍ୟ ପଟରେ ତାହାର ଶାଖା ନଦୀ ତନ୍ତୀ ଘାଇ ନଦୀ ପ୍ରଭାହିତ ହୋଇଛି । ଖରସ୍ରୋତା ନଦୀ ଉପରେ ବୋଦୁଅ ପଂଚାୟତରେ କନ୍ତିଆ ଠାରେ ଏକ ପକ୍କା ପୋଲ ନିର୍ମାଣ ହୋଇଥିôବା ବେଳେ ଲୋକମାନଙ୍କ ଯିବାଆସିବାରେ ସୁବିଧା ହେଉଥିବାବେଳେ ଅନ୍ୟ ପଟେ ତନ୍ତୀ ଘାଇ ଶାଖା ନଦୀ ଚିଙ୍ଗୁଡିଆ ନାଳଟି ଏରଡା ଓ ବୋଦୁଅକୁ ଯାତାୟତ ପାଇଁ ଡଙ୍ଗା ଏକମାତ୍ର ସାହାରା ପାଲଟିଛି ।

ଚିଙ୍ଗୁଡିଆ ନାଳ ପାର ହୋଇ ବୋଦୁଅ ପଂଚାୟତ ସମେତ ପାଖ ପଂଚାୟତର ଭଅଁରା, ବିଂଝାରପୁର ଅଂଚଳର ଲୋକମାନେ ବରୀ ବ୍ଲକ, ତହସିଲ, ମେଡିକାଲ, ଆରଆଇ ଅଫିସ୍‌, ହାଟ ବଜାର ଆଦି ଯାତାୟତ କରିଥାଆନ୍ତି । ହେଲେ ନାଳରେ ପାଣି କମିଯିବାରୁ ଡଙ୍ଗା ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହୋଇଛି । ପ୍ରତ୍ୟେକ ଦିନ ଶହ ଶହ ଲୋକ ସାଇକେଲ, ମଟର ସାଇକେଲ ନେଇ ଏହି ଡଙ୍ଗା ପାର ହୋଇ ନିଜର ଗନ୍ତବ୍ୟ ସ୍ଥଳୀକୁ ଯାତାୟତ କରିଥାଆନ୍ତି ।

ଏଠାରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ ହେଲେ ବର୍ଷର ୭ ମାସରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଲୋକେ ସୁରୁଖୁରରେ ଏହି ପୋଲ ଦେଇ ଯାତାୟତ କରିପାରନ୍ତେ । କାଠ ପୋଲ ନିର୍ମାଣ ହେଲେ ବରୀ, ବିଂଝାରପୁର ଏବଂ ଯାଜପୁର ସହରକୁ ସହଜରେ ଯାତାୟତ କରିପାରନ୍ତେ । ଏଥିପାଇଁ ଉକ୍ତ ସ୍ଥାନରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିବାକୁ ଅଂଚଳ ବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି ହୋଇଛି ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - June 27, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର…

ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ତାରିଣୀ ପଡିଆରେ ସାଂସ୍କୃତିକ ଅନୁଷ୍ଠାନ ‘ଆହ୍ୱାନ’ ଓ ତାରିଣୀ ପୀଠ କମିଟି…

ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ

Posted by - August 21, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ ଏଡିଆର୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି l…

ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେବାକୁ ଚେତାବନୀ

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆସନ୍ତା ଖରିଫ ଋତୁରେ ଆବଶ୍ୟକ ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛି ବୌଦ୍ଧ ଜିଲ୍ଲା କିସାନ କ୍ଷେତ ମଜଦୁର…

କାର୍ ଧକ୍କା ରେ ଯୁବକ ର ଶୋଚନୀୟ ମୃତ୍ୟୁ!

Posted by - January 22, 2021 0
ନୀଳଗିରି:୨୦/୦୧/୨୦୨୧(ସୌମ୍ୟାସାଇ ବାରିକ) ବାଲେଶ୍ଵର ଜିଲ୍ଲା, ସେରଗଡ଼ – ନୀଳଗିରି – ଝରଣାଘାଟି, ୧୯ ନଂ ରାଜ୍ୟ ରାଜପଥର ଆମ୍ବୁଡ଼ିହା ଛକ ନିକଟରେ , ଏକ କାର ଧକ୍କାରେ ବାଇକ…