ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋଲପାଟ ଗ୍ରାମରେ ଏକ ନବବଧୂ ହତ୍ୟା ମାମଲାର ବିଚାର କରି ଯାଜପୁର ଜିଲ୍ଲା ଦୌରାଜର୍ଜ ଆଜି ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଏହି ଥାନା ପଳସା ଗ୍ରାମର କୁସୁମଲତା ସାହୁ ୨୦/୬/୨୦୧୪ରେ ସୋଲପାଟ ଗ୍ରାମର ଅକ୍ଷୟ ପାଲଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ କୁସୁମଲତା ଉପରେ ଶାରିରୀକ ଓ ମାନଶିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ୧୪/୧୧/୨୦୧୪ରେ କୁସୁମ ନିଖୋଜ ହୋଇଥିବା ଶାଶୁଘର ଲୋକେ ତାଙ୍କ ବାପ ଘରେ ଜଣାଇଥିôଲେ । ହେଲେ ଏହାର ପରଦିନ ୧୫ତାରିଖରେ କୁସୁମଲତାର କ୍ଷତବିକ୍ଷପ୍ତ ମୃତଦେହ ଶଶୁରଘର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ଭଉଣିକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦିଆଯାଇଥିବା ମୃତକର ଭାଇ ପାଣିକୋଇଲି ଥାନାରେ ଅଭିଯୋଗକରିଥିଲେ । ପୁଲିସ ଘଟଣାର ତଦନ୍ତ କରି କୁସୁମଲତାର ଶଶୁର, ଶାଶୁ,ସ୍ୱାମୀ, ଦିଅର ଓନଣନ୍ଦକୁ ଗିରଫ କରିଥିଲା । ଜାମିନ ନାମଞୁର ହେବା ପରେ ଏମାନଙ୍କୁ ଯାଜପୁର ବିଚାର
ବିଭାଗୀୟ ଜେଲ ପଠାଇଦିଆଯାଇଥିଲା । ଯାଜପୁର ଏଡିଜେ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ପରିବାରର ୫ଜଣ ଜେଲରେ ରହିଥିବା ବେଳେ ୮/୭/୨୦୧୭ତାରିଖରେ ଦିଅର ଅଜୟ ପାଲଙ୍କ ମୃତ୍ୟ ଘଟିଥିଲା । ଆଜି ଏଡିଜେ କୋର୍ଟର ମାନ୍ୟବର ବିଚାର ପତି ୧୫ଜଣ ସାକ୍ଷଙ୍କ ବୟାନ ରେକର୍ଡ କରି ଶଶୁର ଲକ୍ଷ୍ମୀଧର ପାଲ, ସ୍ୱାମୀ ଅକ୍ଷୟ ପାଲ, ଶାଶୁ ଓ ନଣନ୍ଦଙ୍କୁ ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଯାଜପୁର ଜିଲ୍ଲା ଦୌରାଜର୍ଜ କୋର୍ଟ ରେ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
Facebook Notice for EU!
You need to login to view and post FB Comments!