ସରକାରୀ ବେସରକାରୀ ସ୍ତରରେ ବେଆଇନ ଜାଲ ବିସ୍ତାର କରିଥିବା କାହ୍ନୁ ଏବେ ଫସିଲା ପୋଲିସ ଜାଲରେ

345 0

ଚାନ୍ଦପୁର:ସରକାରୀ ବେସରକାରୀ ସ୍ତରରେ ବେଆଇନ ଜାଲ ବିସ୍ତାର କରିଥିବା କାହ୍ନୁ ଏବେ ଫସିଲା ପୋଲିସ ଜାଲରେ । ପୁର୍ବରୁ ନୟାଗଡ଼ ଜିଲ୍ଲାରେ ଦଲାଲ ଗିରି , ଟାଉଟରି କରି ଆସୁଥିବା କାହ୍ନୁ ପ୍ରଧାନକୁ ଟାର୍ଗେଟ କରିଥିଲା ଚାନ୍ଦପୁର ପୋଲିସ । ସେହି ଅପେକ୍ଷା ର ଅନ୍ତ ଘଟାଇ ପୋଲିସ କାହ୍ନୁ ଆତଙ୍କ ରେ ପକାଇଛି ପୂର୍ଣ୍ଣଚ୍ଛେଦ । ଚାନ୍ଦପୁର ପୋଲିସ କୁଖ୍ୟାତ ଦଲାଲ କାହ୍ନୁ କୁ ଗିରଫ କରି ସଫଳତା ହାସଲ କରିଛି ।

ପୋଲିସ ର ସୂଚନାନୁସାରେ କାହ୍ନୁ କୁ କଟକ ର ଏକ ନିଛାଟିଆ ଳଜ୍ ର ତୃତୀୟ ମହଲା ରେ କାହ୍ନୁ ଙ୍କ ସମେତ ଅନ୍ୟ ଫେରାର ଅପରାଧୀ ମାନେ ଲୁଚି ରହି ଆଇ ପି ଏଲ ଗାମ୍ଵଲିଂ କରୁଥିବା ଅବସ୍ଥାରେ ପୋଲିସ ଅଚାନକ ଚଢ଼ାଉ କରି କାହ୍ନୁ କୁ ଗିରଫ କରିଥିଲେ ଓ ଅନ୍ୟ ଅପରାଧୀ ମାନେ ଖସି ପଳାଇ ଯାଇଥିଲେ ।

ଜନସାଧାରଣ ରେ ନିଜକୁ ସରକାରୀ ଅଫିସର କହି ଚାକିରୀ କରାଇଦେବା ନାଁ ରେ ବହୁ ଟଙ୍କା ପଇସା ଲୁଟୁ ଥିବା କାହ୍ନୁ ଗୁଣ୍ଡା ରାଜ ବିସ୍ତାର କରିଥିଲା ଏତଦ୍ ବ୍ୟତୀତ ସରକାରୀ କର୍ମଚାରୀ ତଥା ବେସରକାରୀ କର୍ମଚାରୀ ମାନଙ୍କୁ ମୁଖ୍ୟ ସଚିବ ବୋଲି ନିଜକୁ ଆକ୍ଷେପ କରି ଡରାଇ ରଖୁଥିଲା । ହୋମ ଡିପାର୍ଟମେଣ୍ଟ ସେକ୍ରେଟେରି , ଶିକ୍ଷା ସଚିବ , ତଥା ନେତା ମନ୍ତ୍ରୀ ଙ୍କ ପାଖ ଲୋକ କହି ନାମୀଦାମୀ ଗାଡି ଧରି ସରକାରୀ ନେମ୍ ପ୍ଲେଟ୍ ମାରି ଅନୈତିକ କାର୍ଯ୍ୟ ରେ ଲିପ୍ତ ରହୁଥିଲା ।

ଏହିଭଳି କିଛି ଦିନ ପୂର୍ବେ କାହ୍ନୁ ଆତଙ୍କ ସୃଷ୍ଟି କରୁଥିବା ସରକାରୀ ସ୍ତରରେ ଅଭିଯୋଗ ହୋଇଥିଲା , ଚାନ୍ଦପୁରର ଡବଲ ମର୍ଡ଼ର୍ କେସ୍ ତଥା ରାଇପଡା ଗୋଷ୍ଠି କନ୍ଦୋଳରେ କାହ୍ନୁ ସମ୍ପୃକ୍ତ ଥିଵା କଥା ସାମ୍ନା ଆସିଥିଲା । ଏବଂ ସାଧାରଣ ଲୋକ ଙ୍କୁ ବହୁ ବଡ଼ ରକମ ର ଟଙ୍କା ମାଗିବା ଏସବୁ କୁ ନେଇ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ସରକାରୀ ଅଧିକାରୀ ଙ୍କ ନାମରେ ବିଭିନ୍ନ ମିଥ୍ୟା ପିଟିସନ ଦାଖଲ କରି ଡରାଇ ଧମକାଇ ଅର୍ଥ ଉପାର୍ଜନ କରୁଥିଲା କାହ୍ନୁ ।ସହଯୋଗୀ ଙ୍କ ସାହାର୍ଯ୍ୟ ରେ ପୋଲିସ ଙ୍କ ନାମରେ କୋର୍ଟ ରେ ମିଛ ପିଟିସନ ଦାୟର କରିଥିଲେ ହେଲେ ପୋଲିସ ଏହାକୁ ଭୃକ୍ଷେପ ନକରି ନିଜର ତଦନ୍ତ ଚଳାଇଥିଲା । କାହ୍ନୁ ର ଅତି ଘନିଷ୍ଠ ସହଯୋଗୀ କୁ ପୁର୍ବରୁ ପୋଲିସ ଗିରଫ କରିଥିଲେ । ଏହାପରେ କାହ୍ନୁ କୁ ଧରିବା ପାଇଁ ବହୁ ପ୍ରଚେଷ୍ଟା ଚଳାଇଥିଲେ ଚାନ୍ଦପୁର ପୋଲିସ ।

କାହ୍ନୁ କୁ ଗିରଫ କରି ବହୁ ଦିନ ଧରି ଆତଙ୍କ ଖେଳାଇଥିବା ଲୁଟ୍ ପାଟ୍ ର ଆତଙ୍କରାଜ କୁ ଶେଷ କରିଛନ୍ତି ଚାନ୍ଦପୁର ଥାନା ଅଧିକାରୀ । ଏହି କାହ୍ନୁ ଆତଙ୍କ ରାଜ କୁ ଅନ୍ତଃ କରିବାକୁ ଅଣ୍ଟା ଭିଡିଥିଲେ ଆଇଆଇସି ରଶ୍ମି ରଞ୍ଜନ ଦାସ୍ । କାହ୍ନୁ ର ଗୁଣ୍ଡାରାଜ କୁ ଶେଷ କରି ସଧାରଣ ଲୋକଙ୍କ ଭୟ କୁ ଦୁରେଇବାରେ ସଫଳ ହୋଇଛି ପୋଲିସ ପ୍ରସାଶନ ।ଆଜି କାହ୍ନୁ ସହିତ ଏକ ଦାମୀ ହୁଣ୍ଡାଇ କାର୍ , ୧୧ ଟି ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟ ଯେପରିକି ଏସ୍ ଇ.ଏସ. ଟି କମିଶନର , ହୋମ ସେକ୍ରେଟେରି , ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ , ସ୍ବାସ୍ଥ୍ୟ , ଶିକ୍ଷା ଏଭଳି କି ଅନ୍ୟ ବିଭାଗ ର ଫର୍ଜି ଆଇ କାର୍ଡ଼ ,  ଦୁଇଟି ଲାପଟପ୍ , ସରକାରୀ ଅଧିକାରୀ ମାନଙ୍କୁ ଧମକ ପୂର୍ଣ୍ଣ ଚିଠି ଜବତ କରଯାଇଛି । ଉକ୍ତ କାହ୍ନୁ ପ୍ରଧାନ ଙ୍କ ନାମରେ ୯୬/୨୦ , ୨୯/୨୦ , ୬/୨୦ ରେ ତିନଟି ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।

Related Post

ରଙ୍ଗଫରୁଆ ସାଂସ୍କୃତିକ ଅନୁଷ୍ଠାନର ନୂଆଁଖାଇ ଭେଟ

Posted by - October 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ରଙ୍ଗଫରୁଆ ପକ୍ଷରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।…

କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…

ମୁରାରୀପୁର ଗ୍ରାମର ସୌମ୍ୟରଂଜନ ରାଉତଙ୍କ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସ

Posted by - July 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ମୁରାରୀପୁର ଗ୍ରାମର ସୌମ୍ୟରଂଜନ ରାଉତ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ସେ…

ସୁବର୍ଣ୍ଣପୁର ଜିଲ୍ଲାରେ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

Posted by - April 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ବିଜୁପଟ୍ଟନାୟକ ଛକ ଠାରେ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ କରାଯାଇଛି l ରାଜ୍ୟରେ ଏବେ…

ବାପା,ମାଁ ଛେଉଣ୍ଡ ଥିବା ୫ଜଣ ଶିଶୁଙ୍କ ଦାୟିତ୍ବ ନେଲା ଶିଶୁ ମଙ୍ଗଳ ସମିତି

Posted by - July 4, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଠୁକାସାହିରେ ରହୁଥିବା ଅଚ୍ୟୁତ ବେହେରାଙ୍କ ୩ଝିଅ, ୨ପୁଅ ଙ୍କ ପାଖରେ ପହଂଚିଲା ବୌଦ୍ଧଜିଲ୍ଲା ଶିଶୁମଙ୍ଗଳ ସମିତି । ସୁଚନାଥାଉକି…