ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

210 0

ଛତ୍ରପୁର:ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଗତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ପାଳନ ହୋଇ ଆସୁଅଛି । ଏହି ସପ୍ତାହ ପାଳନ ଅବସରରେ ଜନ ସଚେତନତା ନିମନ୍ତେ ବକ୍ତୃତା ପ୍ରତିଯୋଗିତା ସତର୍କ ଭାରତ, ସମୃଦ୍ଧ ଭାରତ ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବକ୍ତୃତା ପ୍ରତିଯୋଗିତାଟି ଭର୍ଚୁଆଲ୍ ମୋଡ୍ ରେ ହ୍ବାଟ୍ସ ଆପ୍ ଜରିଆରେ ଅନୁଷ୍ଠିତ ହୋଇଥିଲା ।

ସରକାରୀ କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଛତ୍ରପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସୁଚିତ୍ରା ମୁନି ପ୍ରଥମ ଏବଂ ବିଚିତ୍ରା ସେଠୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭଞ୍ଜନଗରରୁ ସଙ୍ଗୀତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କର୍ମଚାରୀ ପରିବାରବର୍ଗଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଛତ୍ରପୁରର ସୁଶ୍ରୀ ସୁଲଗ୍ନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଙ୍କିତା ନାୟକ ଏବଂ ଉପାସନା ଆଚାର୍ୟ୍ୟ ଦ୍ବିତୀୟ ସ୍ଥାନ, ସୁସ୍ପିତା ପଣ୍ଡା ଓ ସାହିଲ୍ ସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ୟ୍ୟାଳୟ ଛତ୍ରପୁର ଠାରେ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, କ୍ୟୁରେସ୍ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଶତପଥୀ, ଆଇନଜୀବୀ ବ୍ରଜ ମୋହନ ଆଚାର୍ୟ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଚାରକ ଭାବେ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ବିଭାଗୀୟ ଇନିସ୍ପେକ୍ଟର ସୋମନାଥ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରତିଯୋଗିତାଟିକୁ ପରିଚାଳନା କରିଥିଲେ ।

Related Post

ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ)ଏଥିରେ ୨୦୨୦ ୨୧ ବର୍ଷ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହେବା ସହିତ, ଆଗାମୀ ଦିନରେ ସମାଜର ହିତରେ କାର୍ଯ୍ୟକ୍ରମ କୁ ହାତକୁ…

ପ୍ରଶାସନ ବୁଝେଇଲା,ଲୋକ କିନ୍ତୁ ଶୁଣିବାକୁ ନାରାଜ,ଦେଖନ୍ତୁ ବରୀ ର ଅବସ୍ଥା

Posted by - April 27, 2020 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ଯାଜପୁର ଜିଲ୍ଲା ୬୦ ଘଣ୍ଟା ସଟ ଡାଉନ ରହିଥିଲାବେଳେ ଜିଲ୍ଲା ପ୍ରଶାସନ ଯାଜପୁର,ବରୀ,ବିଂଝାରପୁର, ଦଶଥପୁର, କୋରେଇ,ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଏରିଆ ରୂପେ…

ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ…

ବାଇକ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର

Posted by - October 12, 2019 0
ଅନୁଗୁଳ:(ମହେଶ ଭୋମରାଜ)ତାଳଚେର ଡେରା ପାଖରେ ଜଣେ ବାଇକ ଚାଳକ ଜଣେ ପଥଚାରିଙ୍କୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହୋଇଥିବା…