ସ୍କୁଲ ଫି’ ଛାଡ ସଂପର୍କିତ ମାମଲା:- ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ

719 0

ଭୁବନେଶ୍ବର :କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅଭିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା।ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା।

ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ୭ଟି ସ୍ଲାବ୍‌ରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ରିପୋର୍ଟରେ ସୁପାରିସ କରାଯାଇଥିବା ବେଳେ ଏହି ପ୍ରସଂଗରେ ସରକାରଙ୍କ କଣ ଆଭିମୁଖ୍ୟ ରହିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଏକ ସପ୍ତାହର ମହଲତ ନେଇଛନ୍ତି ରାଜ୍ୟ ସରକାର । ୭ ଦିନ ମଧ୍ୟରେ ରାଜ୍ୟ ସରକାର ରିପୋର୍ଟ ଦେବା ପରେ  ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।କିଛି ସ୍କୁଲ କର୍ତ୍ତୃପକ୍ଷ ଫି ହ୍ରାସକୁ ହାଇକୋର୍ଟରେ ବିରୋଧ କରିଥିଲେ। ଏମଓୟୁରେ ସ୍ବାକ୍ଷରିତ କରିବା ପରେ ମଧ୍ୟ କିଛି ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାର ରଖିଥିବା ପ୍ରସ୍ତାବକୁ ବିରୋଧ କରି ଏଣ୍ଟରଭେନିଂ ପିଟିସନ ଦାୟର କରିଥିଲେ। ଏଭଳି ପିଟିସନକୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ ।

Related Post