Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ,ରକ୍ତ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ

410 0

ଭୁବନେଶ୍ବର :କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତ ଦାନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ନିବେଦନ କରିଛନ୍ତି।ପ୍ରତି ବର୍ଷ ବିଭିନ୍ନ ସ୍ଥାନରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସକୁ ଲୋକଙ୍କର ସୁଅ ଛୁଟିଥାଏ । କିନ୍ତୁ ଗତ ବର୍ଷ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନକୁ ବାରଣ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ  । ଗତ ଆଠ ମାସ ହେଲା କୋଭିଡ୍‌ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆସନ୍ତାକାଲି  ନବୀନ ନିବାସ ନଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା , ରକ୍ତ ଦାନ କରିବା ଏବଂ ପ୍ଲାଜ୍‌ମା ଦାନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।ସେପଟେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମୂର୍ତ୍ତି ନିର୍ମାଣ କରିଛନ୍ତି।

Related Post

ଛେଳି ଚୋରଙ୍କୁ ଦଣ୍ଡ ଦେଲା କଙ୍ଗାରୁ କୋର୍ଟ

Posted by - February 27, 2020 446
ମୟୁରଭଞ:28/02 (ସୀତାରାମ ଦୀକ୍ଷିତ) ଖରା ଆରମ୍ଭ ହେଉଣୁ କଙ୍ଗାରୁ କୋର୍ଟର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟତଃ ପ୍ରତିବର୍ଷ ଏହି ସମୟରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଙ୍ଗାରୁ କୋର୍ଟ ପ୍ରଭାବ…

ଯାଜପୁରରେ ପହଂଚିଲା ଅହିଂସା ରଥ 

Posted by - September 25, 2022 0
ଯାଜପୁର:ଆଜାଦି କା ଅମୃତ ମହୋତ୍ସବ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଗାନ୍ଧି ବିଚାରଧାରା ର ପ୍ରଚାର ପ୍ରସାର ସହିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ ଉଦ୍ଧେଶ୍ୟରେ ଏହି ରଥ ସାରା ରାଜ୍ୟ ପରିକ୍ରମା କରୁଛି ।ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଦେବୀଗଡାରେ ଦୁଇଟି ରଥକୁ ସ୍ୱାଗତ କରାଯାଇଛି ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ଚକ୍ରୱର୍ତି ସିଂ ରାଠୋର, ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଳ୍ଲିକ, ଜିଲ୍ଲା ପରିଷଦ ନଳିନୀପ୍ରଭା ଜେନା,ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଙ୍କ ସମେତ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ପ୍ରମୁଖ ଏହି ରଥକୁ ସ୍ୱାଗତ କରିଥିଲେ । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରକାର ସାଂସ୍କୃତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଏହି ରଥ ସମଗ୍ର ଯାଜପୁର ପୌରାଂଚଳ ପରିକ୍ରମା କରିଥିଲା । ଯେଉଁଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ, ବୁଦ୍ଧିଜିବି, ସାହିତ୍ୟିକ,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ସାମିଲ ହୋଇ ରଥକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୬୦ ମିଟର ଲମ୍ବା ତ୍ରିରଂଗା ପ୍ରଦର୍ଶିତ ହୋଇଥିଲା ।ଏହି ରଥ ଆସନ୍ତା ୩ ଦିନ ଧରି ଜିଲାର ୧୦ଟି ବ୍ଲକ ଏବଂ ଦୁଇଟି ପୌରପାଳିକା ଅଂଚଳରେ ପରିଭ୍ରମଣ କରି ଗାନ୍ଧିବାଦର ପ୍ରଚାର କରିବ ।

କୋଷାଗୁମୁଡା ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱ୍ମାଟ କାର୍ଡ ବିତରଣ

Posted by - November 29, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରଚୁଆଲ ମାଧ୍ୟମରେ ସନ୍ଧ୍ୟା ୫ଟା ରେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ଭବାନୀପାଟଣା ରେ ଅଂଶୁଘାତ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଜି ଅପରାହ୍ନ ୪.୦୦ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ…