Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆରମ୍ଭ ହେଲା ବିଧାନସଭା ଉଠିଲା ମାସ୍କ ଦୁର୍ନୀତି କଥା

439 0

ମହାମାରୀ କରୋନା କାଳରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ,ଅଧିବେଶନ ଆରମ୍ଭରୁ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଭିସିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ମୁକାବିଲା ନାଁରେ ମାସ୍କ ଓ ପିପିଇ କିଟରେ ହୋଇଥିବା ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମହାମାରୀ ସମୟରେ କୋଟି କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା । ଆଉ ଏହି ସାମଗ୍ରୀ କିଣିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଯେଉଁ କମିଟି କୋଭିଡ ସାମଗ୍ରୀକୁ ଯାଞ୍ଚ କରିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ କିଣିବା ଉପରେ ମୋହର ମାରୁଥିଲେ । ତେବେ ଏହି ମାସ୍କ ଦୁର୍ନୀତିର କଥା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ମାସ୍କ ଭର୍ତ୍ତି ଏକ ଟ୍ରକ ରାଜଧାନୀରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଗ୍ରହଣ କରି ନଥିଲା ଦାୟିତ୍ୱରେ ଥିବା କମିଟି ।

ଅନ୍ୟପଟେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଭୁବନେଶ୍ୱର, ଖୋର୍ଦ୍ଧା ଜଟଣିରେ ୪୦୦ ଲୋକ ମରିଲେଣି । କିନ୍ତୁ ମେଡିକାଲରେ ସାଧାରଣ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ଥିବା ବେଳେ ଅନ୍ୟ ରୋଗରେ ପୀଡିତ ଥିବା ଲୋକ ଅଧିକ ହଇରାଣ ହେଉଛନ୍ତି । ତେଣୁ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବିଧାନସଭାରେ ଦାବି କରିଛନ୍ତି ସୁର ।

Related Post

ସୋମବାର ଦିନ ଅପରାହ୍ନରେ ନରାଜ ବ୍ୟାରେଜ ରେ ପହଞ୍ଚିବ ବନ୍ୟାଜଳ

Posted by - July 11, 2021 0
ବାରଙ୍ଗ : (ସନ୍ତୋଷ ରାଉତ)ଚଳିତ ବର୍ଷ ହୀରାକୁଦରୁ ଛଡ଼ା ଯାଇଥିବା ବନ୍ୟା ଜଳ ଆସନ୍ତା ସୋମବାର ଦିନ ଅପରାହ୍ନରେ ନରାଜ ବ୍ୟାରେଜେରେ ପହଞ୍ଚିବ I ଏଥିପାଇଁ ନରାଜ…

ବିଜେପି ଓଡ଼ିଶାର ୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା

Posted by - March 21, 2019 258
ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୧୦୦ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ…

କୋକସରା ରେ ଉତ୍କଟ ଜଳ ସଙ୍କଟ, ମୌଳିକ ଅଧିକାର ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ମହିଳା ଓ ଗ୍ରାମବାସୀ

Posted by - June 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜନସାଧାରଣ ଙ୍କୁ ପାନୀୟଜଳ ର ସୁବିଧା ନିମନ୍ତେ ଉଭୟ ରାଜ୍ୟ ସରକାର ବ୍ୟାପକ ଯୋଜନାମାନ ପ୍ରଣୟନ କରି କୋଟି…

ପୁରୀ ମଙ୍ଗୁମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି:ପଞ୍ଜାବ ବିଧାୟକ ସିମରଜିତ୍‌ ସିଂହ

Posted by - December 23, 2019 495
ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର…

ଟିଟିଲାଗଡ ସହରକୁ ପଡୋଶୀ ସହରରୁ ଆସୁଛି ଚୋରାରେ ଡୁପ୍ଲିକେଟ ବିଦେଶୀ ମଦ, ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖେଳ, ଅବକାରୀ ବିଭାଗର ଦୃଷ୍ଟି ପଡୁ

Posted by - May 24, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)  ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ ସବ ଡିଭିଜନ ହେଉଛି ଟିଟିଲାଗଡ । ପଶ୍ଚିମ ଓଡ଼ିଶାର ପ୍ରମୁଖ ରେଳ ଜଙ୍କସନ ମଧ୍ୟରୁ ଅନ୍ୟତମ। ଏଠାରୁ…