ଯୋଡା ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

288 0

ବଡ଼ବିଲ:ଯୋଡା ପୌରପାଳିକାରେ ସୋମବାର ଦିନ ସ୍ୱାୟତଃ ଶାସନ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ସାମାଜିକ ଦୂରତା ରକ୍ଷା କରି ଏହା ପାଳିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିିତୀମୟ, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ପୂର୍ବତନ ନଗରପାଳ ମଞ୍ଜୁଳା ପାତ୍ର, ପୂର୍ବତନ ଉପନଗରପାଳ ସୁରେନ୍ଦ୍ରନାଥ ଜେନାଙ୍କ ସମେତ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଶ୍ରୀ ପାଟ୍ଟଯୋଶୀଙ୍କ ତତ୍ତ୍ୱାବଧାନରେ ପୌର କର୍ମଚାରୀ, ସ୍ୱଚ୍ଛସାଥୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ଧରଣୀଧର ଭୂୟାଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ପୌର କାର୍ଯ୍ୟାଳୟ ପରିସରରେ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ଏହି ଦିବସ ଉପଲକ୍ଷେ ପୌର କାର୍ଯ୍ୟାଳୟ ପକ୍ଷରୁ ୪ଟି ସଂଘରୋଦ୍ଧ କେନ୍ଦ୍ର, ଯୋଡାର କେନ୍ଦ୍ରୀୟ ଚିକିତ୍ସାଳୟ, କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟାଟାଷ୍ଟିଲ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ବ୍ୟାଟେରୀ ଚାଳିତ ୪ଟି ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିକୁ ବିଧାୟିକା ମିନାକ୍ଷୀ ମହାନ୍ତ, ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।

କମାରଯୋଡା ଠାରେ ଏକ ଭେଣ୍ଡିଂ ଜୋନର ଭିତିପ୍ରସ୍ଥର ସ୍ଥାପନ କରାଯାଇଥିଲା ଓ ବାଚୁହାଟିଂଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବ ଅବସରରେ ୪୨ ଜଣ ଶିକ୍ଷକ, ୪୬ ଜଣ ଅଙ୍ଗନୱାଡି କର୍ମୀ ଓ ୫ ଜଣ ପୌରକର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ସଫେଇ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ ପୌର କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ପରେ ଭିଡିଓ କନଫ୍ରେସିଂ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ବୋଲି ସୂଚନା ମିଳିଛି ।

Related Post

ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ପ୍ରଶାସନ ଦ୍ୱାରା ବୁଦ୍ଧ ପୂର୍ଣ୍ଣମା ପାଳିତ

Posted by - May 16, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ନେଇ ଓଡିଶା ପ୍ରଦେଶ ରେ ଏକ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ…

ମହାପରାୟଣ ଗାଡିର ବ୍ୟବସ୍ଥା ପେଂଲ ,ଯାଜପୁର ରେ ଟ୍ରଲିରେ ବୁହାହେଲା ଶବ

Posted by - May 22, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଟ୍ରଲିରେ ବୁହାହେଲା ଶବ । ଯାଜପୁରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଙ୍କୁଲା ଅଂଚଳର ଗୁରୁବାରି ମୁଣ୍ଡା ନାମକ ମହିଳାଙ୍କ…

ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ:-ସୁବ୍ରତ ବାଗଚି, ଏପଟେ ୫ଟି ଟ୍ରେନ ରେ ୫୦୦୦ଆସୁଛନ୍ତି

Posted by - May 9, 2020 224
ଭୁବନେଶ୍ବର :ଆମ ରାଜ୍ୟକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ…

5 ଟି ସଚିବ ଙ୍କୁ ଭେଟିଲେ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ

Posted by - April 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଏବଂ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ନବୀନ ନିବାସ ରେ 5 ଟି ସଚିବ ଭି କେ ପଣ୍ଡିଆନ…

କଳାହାଣ୍ଡି ଶିକ୍ଷା ବିଭାଗ ରେ କେଳେଙ୍କାରୀ, ୩୯ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ହଡପ କରି ମହିଳା କର୍ମଚାରୀ ଫେରାର୍

Posted by - October 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପୁଣି ଏକ କେଳେଙ୍କାରୀ ଚର୍ଚା ର ବିଷୟ ହୋଇଛି ।ଭବାନୀପାଟଣା ବ୍ଲକ୍…