ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର

351 0

ଅନୁଗୁଳ:(ମହେଶ ଭୋମରାଜ )ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଅଛି । ସୋମବାର ସକାଳେ କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ପରିବାର ଲୋକେ ଦେଖିଥିଲେ ।ଅବିନ ରାଉତ ଏହି ଭିନ୍ନ ପ୍ରକାରର ପକ୍ଷୀଟିକୁ ଉଦ୍ଧାର କରିବାର ମନବୃତ୍ତି ରଖି ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହାରାଙ୍କୁ ଏ ବିଷୟରେ ଜଣାଇଥିଲେ । ଖବର ପାଇ ଆଦିତ୍ୟ ଏବଂ ସହଯୋଗୀ ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଞ୍ଚି ଥିଲେ । ପକ୍ଷୀଟି ଏକ ଇଗଲ ପ୍ରଜାତିର ଏବଂ ଏହାର ନାମ “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ବୋଲି ଚିହ୍ନଟ କରିଥିଲେ ।

ସବୁ ଇଗଲ ପକ୍ଷୀ ପ୍ରାୟତଃ ଶିକାରୀ ହୋଇଥିବା ବେଳେ ଏହି “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ମୁଖ୍ୟତଃ ସବୁ ପ୍ରକାରର ସରୀସୃପ ସହ ସାପ ମାନଙ୍କୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାଏ । “ଇଣ୍ଟରନେସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର” (IUCN) ଏହି ପ୍ରଜାତିର ଇଗଲକୁ ଏକ ଅତି ସଙ୍କଟାପନ୍ନ ବିପଦଗ୍ରସ୍ତ ପକ୍ଷୀ ଭାବରେ ଘୋଷଣା କରିଅଛି । ସର୍ପମିତ୍ର ଅତି ସତର୍କତାର ସହ ଏହି ବିରଳ ଇଗଲକୁ ଉଦ୍ଧାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଟିକୁ ସୁରକ୍ଷିତ ଭାବରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଥିଲେ ।

Related Post

ଯାଜପୁର ଜିଲା ନଗଡାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସଂପୁର୍ଣ କରାଯିବ

Posted by - December 14, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ନଗଡାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସଂପୁର୍ଣର୍ କରାଯିବ । ନଗଡାବାସୀଙ୍କ ଦିଆଯିବ ରୋଜଗାର ର ସୁଯୋଗ । ଜୀବନଧାରଣ ମାନରେ…

ସ୍ୱାମୀଙ୍କ ସ୍ମୃତିରେ ତାଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକରେ ପତ୍ନୀ କଣ କଲେ ଜାଣନ୍ତୁ

Posted by - April 25, 2020 3
ଭୁବନେଶ୍ବର:ଗତ :୨୦୧୯ ମସିହାର ପ୍ରଳୟଙ୍କରୀ ଫନି ବାତ୍ୟା ପରଦିନ ରାସ୍ତାରେ ଯାଉଥିଲା ବେଳେ ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟ ତାଙ୍କ ଉପରେ ପଡିଯିବା ଫଳରେ ଟାଙ୍ଗି ଚୌଦ୍ୱାର…

ରାଜଧାନୀ ଭୁବନେଶ୍ବର ଏବେ ଭୂମିକମ୍ପ ପ୍ରବଣ ଅଞ୍ଚଳ

Posted by - December 9, 2018 0
ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ପାଣିପାଗ ପରିବର୍ତ୍ତନ ଯୋଗୁଁ ରାଜଧାନୀ ମାଟି ତଳେ ଦୁଇଟି ଫଲ୍ଟ ଲାଇନ୍ ସୃଷ୍ଟି ହୋଇଥିବାରୁ ଭୁବନେଶ୍ବର ଏବେ ଭୂମିକମ୍ପ ସମ୍ବେଦନଶୀଳ…

ବଡବିଲ: ବଡବିଲ ଗୁରୁଦ୍ୱାରା କମିଟି ପକ୍ଷରୁ ଖାଦ୍ୟ ବଣ୍ଟନ।

Posted by - April 25, 2020 0
କେଦୁଝର:(ସୀତାରାମ ଦୀକ୍ଷିତ)ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଦେଶରେ ଲକ ଡାଉନ ପ୍ରଭାବ ପଡିଥିବା ଦେଖାଯାଇଛି।ଓଡ଼ିଶା ରାଜ୍ୟ ରେ କେନ୍ଦୁଝର ଜିଲ୍ଲାରେ ବଡ଼ବିଲ ଅଞ୍ଚଳରେ ଦିନମଜୁରିଆ, ଗରିବଶ୍ରେଣୀର…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - November 27, 2022 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଶିମିଳିଆ ପଂଚାୟତ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରକୁ…