ଟି.ଏମ୍‌.ସିରେ ନୀତି ନିୟମ ମାନୁନାହାନ୍ତି ଅନ୍ତେବାସୀମାନେ, ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ହେବାରେ ଲାଗିଛି

798 0

ଯାଜପୁର ଅଫିସ  : ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ମଙ୍ଗଳବାର ସୁଧା ୨୧୧ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏବେବି ପଞ୍ଜିକୃତ କରିଥିବା ପ୍ରବାସୀ ଓଡିଆ ଗାଆଁକୁ ଫେରୁଥିବା ଜଣାପଡିଛି । ଏମାନଙ୍କୁ ପ୍ରଶାସନ ଅଣଦେଖା କରୁଥିବା ଫେରନ୍ତା ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ବରୀ ବ୍ଲକ୍‌ରେ ଏବେ ମାତ୍ର ଚାରୋଟି ସ୍ଥାନରେ ଟି.ଏମ୍‌.ସି ଖୋଲା ଯାଇଛି । ଗମୁଁ, ଅମଠପୁର, ଉଦୟନାଥପୁର ବାତ୍ୟା ଆଶ୍ରୟସ୍ଥଳ ଓ ବାଲିଆ ରାଜୀବ ସେବା କେନ୍ଦ୍ରରେ ଟି.ଏମ୍‌.ସି ଚାଲିଛି । ଏସବୁଥିରେ ଆଜି ସୁଧା ୧୨୦ ଜଣ ଅନ୍ତେବାସୀ ରହୁଥିବା ଜଣାପଡିଛି । ଏହି ଅନ୍ତେବାସୀଙ୍କୁ ଖାଦ୍ୟ ପେୟ ମିଳୁଥିବା ବେଳେ ଗତ ୮ ତାରିଖରେ ବାଙ୍ଗାଲୋରରୁ ୧୨ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ଏହି ୧୨ ଜଣ ସ୍ୱାଇଁଖଣ୍ଡ ପଂଚାୟତ ଯଅଁପଡା ଗ୍ରାମର ୟୁ.ପି ସ୍କୁଲରେ ରହୁଥିବା ବେଳେ ପ୍ରଶାସନ ଏମାନଙ୍କୁ ଖାଦ୍ୟ, ପେୟ ଦେଉନାହିଁ ଏଥି ସହିତ ଅଣଦେଖା କରୁଛି ବୋଲି ଅଭିଯୋଗ ହୋଇଛି ।

ଯଅଁପଡା ୟୁ.ପି ସ୍କୁଲରେ ରହୁଥିବା ପ୍ରବାସୀ ମାନଙ୍କୁ ନିଜ ପରିବାର ଲୋକେ ଖାଦ୍ୟ ପେୟ ଆଣି ଦେଉଥିବା ଦେଖିବାକୁ ମିଳିଛି । ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫେରନ୍ତା ପ୍ରବାସୀ ଦେବାଶିଷ ଲେଙ୍କା, ସୁବ୍ରତ ନାୟକ, ନିକୁଞ୍ଜ ବିହାରୀ ଦାସ, ସୁନିଲ କୁମାର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଅପରପକ୍ଷେ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଟି.ଏମ୍‌.ସିରେ ନୀତି ନିୟମ ମାନୁନାହାନ୍ତି ଅନ୍ତେବାସୀମାନେ, ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ହେବାରେ ଲାଗିଛି । କରୋନା ପାଇଁ ପ୍ରଶାସନ କଢା ମୁକାବିଲା କରୁଥିଲା ବେଳେ କେତେକ ଅମାନିଆଙ୍କ ପାଇଁ କରୋନା କାୟା ବିସ୍ତାର କରି ଚାଲିଛି । ଏ ସଂକ୍ରାନ୍ତରେ ବିଡିଓ ଶିବାନନ୍ଦ ସ୍ୱାଇଁ କୁହନ୍ତି ଟି.ଏମ୍‌.ସିରେ ଖାଦ୍ୟ ପେୟ ମିଳୁଛି । ଯଅଁପଡାର ପ୍ରବାସୀମାନେ ଅମାନିଆ ବୋଲି କହିଛନ୍ତି ।

Related Post

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

Posted by - May 28, 2021 0
ଯାଜପୁର ଅଫିସ:ବାତ୍ୟା ‘ୟାସ୍’ ଗଲା ପରେ ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି…

ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପରଲୋକ

Posted by - February 26, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ର ବିଶିଷ୍ଟ ଜନନାୟକ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଙ୍କ ଚିକିତ୍ସାଧିନ ଅବସ୍ଥାରେ…

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - December 4, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନ ରଥକୁ ବଙ୍ଗୋମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…

ପ୍ରଥମଥର ମାଓ ପ୍ରବଣ ଅଞ୍ଚଳ ଫୁଲଡୁମେରକୁ ଗସ୍ତ କଲେ ଜିଲ୍ଲାପାଳ,ବିଭିନ୍ନ ସମସ୍ୟାକୁ ନେଇ ଆଦିବାସୀଙ୍କ ସହ କଲେ ଅଲୋଚନା

Posted by - November 12, 2022 0
ନର୍ଲା :(ଅମିୟ କୁମାର ଦାସ) ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ଓ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ…

ଶହୀଦ ବୀର ଲକ୍ଷ୍ମଣ ଙ୍କ ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଚିତ୍ରକୋଣ୍ଡା ବିଧାୟକଙ୍କୁ ଅନୁରାଧ

Posted by - July 11, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୀଆଙ୍ଗ ଗ୍ରାମ ପଂଚାୟତ ଜନସାଧାରଣ କୀଆଙ୍ଗ ଛକ ଶିବମନ୍ଦିର ନିକଟ ରାସ୍ତା କୁ  ଶହୀଦ ଲକ୍ଷ୍ମଣ ନାୟକ…