ନୀଳଗିରି ସହରର ପ୍ରବେଶ ପଥ କୁ ଚଉଡ଼ା କରିବା ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜରୁରୀ ବୈଠକ

344 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ସହର ବିଭିନ୍ନ ପ୍ରବେଶ ପଥ ନିକଟରେ ଜବରଦଖଲ ହୋଇଥିବାରୁ, ଯାନ ବାହାନ ଚଳାଚଳ ରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ଅନେକ୍ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଧନ ଜୀବନ ହାନି ହୋଇଥିବା ଲକ୍ଷ୍ୟ କରା ଯାଇଛି। ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି ନୀଳଗିରିବାସୀ। ତେବେ ନୀଳଗିରି ପ୍ରଶାସନ ଏହାକୁ ଗୁରୁତର ସହ ନେଇ, ନୀଳଗିରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସରକାରୀ ଅଧିକାରୀ ତଥା ଲୋକ ପ୍ରତିନିଧି କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ରେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ନୀଳଗିରି ବିଧାୟକ୍ ଇଂ. ସୁକାନ୍ତ କୁମାର ନାୟକ, ତହସିଲଦାର ଅଶେଷ କୁମାର ନାୟକ, ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ଇଂ. ପ୍ରଫୁଲ୍ଲ କୁମାର ଦାଶ, ଏନ୍. ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ, ପୂର୍ବତନ ନଗରପାଳ ରାଧା ଗୋବିନ୍ଦ ଖଟୁଆ ଓ ସମାଜ ସେବୀ ରବିନ୍ଦ୍ର କୁମାର ପରିଡା ପ୍ରମୂଖ ଉପସ୍ଥିତ ଥିଲେ। ଖୁବ୍ ଶୀଘ୍ର ନୀଳଗିରି ପ୍ରବେଶ ପାଥ ଗୁଡିକ ରେ ହୋଇଥିବା ଜବରଦଖଲ କୁ ଉଚ୍ଛେଦ କରା ଯାଇ ପ୍ରବେଶ ପଥ କୁ ଚଉଡ଼ା କରାଯିବା ପାଇଁ ନୀତିଗତ ଭାବେ ନିଷ୍ପତି ନିଆ ଯାଇଥିବା ଜଣା ପଡିଛି।

Related Post

ହାତୀ ଆକ୍ରମଣ ରେ ଜଣେ ମୃତ; ଅନ୍ୟ ଜଣେ ଗୁରୁତର,ସତ୍କାର ପାଇଁ ପାଞ୍ଚ ହଜାର ସହାୟତା

Posted by - June 10, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲ ଗୁଣ୍ଠା ବ୍ଲକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବାଲିପଦର ସେକ୍ସନ ର ଜିଲିବା ଏବଂ ବଙ୍କା ଗ୍ରାମ ରେ…

ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏନପିଏସକୁ ଉଛେଦ କରି ଓପିଏସ ଲାଗୁ କରିବା ନିମନ୍ତେ ଦାବିପତ୍ର ପ୍ରଦାନ

Posted by - October 15, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଶନିବାର ଦିନ ଦିବା 1: 30 ଘଣ୍ଟା ସମୟରେ ବି.…

ଯାଜପୁର ଅଧିବାସୀ ଯଦି ବାହାରେ ପଂସି ଯାଇଛନ୍ତି ତେବେ ଉଦ୍ଧାର କରିବାକୁ ପ୍ରତିଶୃତିଦେଲା ଜିଲା ପ୍ରଶାସନ

Posted by - March 29, 2020 885
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାର ଅଧିବାସୀ ଯଦି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଲକ ଡାଉନ ଯୋଗୁଁ ପଂସି ଯାଇଛନ୍ତି ଯାଜପୁର ଜିଲାର ଅଧିବାସୀ…

ବିରଜାପୁର ଗ୍ରାମର ମଠ ବାଡ଼ି ଠାରେ ଗଛରୁ  ଯୁବକ ଙ୍କ ମୃତ ଦେହ ଉଦ୍ଧାର

Posted by - November 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା  ବିରଜାପୁର ଗ୍ରାମର ମଠ ବାଡ଼ି ଠାରେ ଗଛରୁ  ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଉଛନ୍ତି ସ୍ତାନୀୟ…