Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

କରୋନା କଟକଣା ମଧ୍ୟରେ ‘ଜୀବନବିନ୍ଦୁ’ ରକ୍ତ ଦାନ ଶିବିର ଅନୁଷ୍ଠିତ, ସଂଗୃହିତ ହେଲା ୧୧୧ ୟୁନିଟ୍ ରକ୍ତ

337 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍. ଏ. ସି. କଲ୍ଯାଣ ମଣ୍ଡପ ପରିସର ରେ, ସାମାଜିକ ଦୂରତା ଓ କରୋନା କଟକଣା କୁ ପାଳନ କରି, ‘ଜୀବନ ବିନ୍ଦୁ’ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ – ସାମାଜସେବୀ ସନ୍ତୋଷ ଖଟୁଆ ଙ୍କ ଜନ୍ମଦିବସ ପାଳନ ଅବସର ରେ, ନୀଳଗିରି ନିର୍ବାଚନମଣ୍ଡଳୀ ର ଯୁବ ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର ଙ୍କ ନେତୃତ୍ଵରେ ଏହି ଶିବିର ଆୟୋଜନ କରାଯାଇଥିଲା। ସାମାଜ ସେବୀ ଶ୍ରୀ ଖଟୁଆ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।

କିନ୍ତୁ ନୀଳଗିରି ଏନ୍ ଏ ସି କୁ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢୁ ଥିବାରୁ, ଆଗାମୀ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ, ପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଥିଲା। ତେବେ ଏହା ଏକ ରକ୍ତଦାନ ଶିବିର ଥିବାରୁ, ପ୍ରଶାସନ ପକ୍ଷରୁ ଅନୁମତି ଦେବାସହ କଲ୍ୟାଣ ମଣ୍ଡପ ପରିସର କୁ ସାନିଟେସନ କରାଯିବା ପରେ ରକ୍ତ ସଂଗ୍ରହ କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା। ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନରୁ ବହୁ ଯୁବ ବ୍ୟକ୍ତିତ୍ୱ ରକ୍ତ ଦାନ କରିଥିଲେ। ଏହି ରକ୍ତ ସଂଗ୍ରହ ରେ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ର ଏସ୍. ଡି. ଏମ୍. ଓ. ଡା. ଅଜୟକୃଷ୍ଣ ସାମଲ, ରେଡକ୍ରସ ପକ୍ଷରୁ ଡା. ବସନ୍ତ ଶତପଥୀ ଏବଂ ଟେକନିକାଲ ଟିମ୍ ରକ୍ତ ସଂଗ୍ରହ କରିଥିଲେ। ପ୍ରଶାସନ ପକ୍ଷରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ସମୟ ଦିଆଯାଇଥିବାରୁ, ସୀମିତ ସମୟ ମଧ୍ୟରେ ରେକର୍ଡ ସଂଖ୍ୟକ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି।

ଏହି କାର୍ଯ୍ୟକ୍ରମ ରେ, ନୀଳଗିରି ବ୍ଳକ  ବିଜେଡି ସଭାପତି, ଓପଦା  ବ୍ଳକ ସଭାପତି, ଏନ୍. ଏ. ସି.  ବିଜେଡ଼ି ସଭାପତି ଙ୍କ ସମେତ ଅନେକ କର୍ମକର୍ତ୍ତା, ସବ୍ୟସାଚୀ ଙ୍କୁ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ଦେଖାଯାଇଛି। ଏ ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି – ୨ ଶହ ୟୁନିଟ୍ ରକ୍ତ ସଂଗ୍ରହ ର ଲକ୍ଷ ଥିଲା। କିନ୍ତୁ ସମୟ ର ସ୍ଵଳ୍ପତା ଦୃଷ୍ଟିରୁ ଏହା ସମ୍ଭବ ହୋଇ ପାରି ନାହିଁ। ସନ୍ତୋଷ ଭାଇ ଙ୍କ ଜନ୍ମଦିବସକୁ ଅଧିକ ସୁନ୍ଦର ଓ ମାନବବାଦୀ କରିବାକୁ ଆମ୍ଭେ ଏହି ନିଷ୍ପତ୍ତି ନେଇଥିଲୁ।ଏଭଳି ସମୟରେ ଏହି କାର୍ଯ୍ୟକ୍ରମ କୁ ଅନେକ ପ୍ରଶଂସା କରିଛନ୍ତି।

Related Post

ସରକାରୀ ସହାୟତା କୁ ଚାହିଁ ଚାହିଁ ବିତୁଛି ବୃଦ୍ଧା ଙ୍କ ଜୀବନ

Posted by - June 12, 2020 0
  ବଡ଼ବିଲ:(ସୀତାରାମ ଦୀକ୍ଷିତ)ଭୋକିଲା ପେଟକୁ ବି ନାତ  ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ବିଲ ରେ ଘର ଅଛି ନା, ଖାଇବା ଅଛି।  ମହାମାରୀ କରୋନା ରେ …

ମହାରାଜା ହାଇସ୍କୁଲ ୧୯୭୬ ବେଚ୍ ଛାତ୍ର ବନ୍ଧୁ ମିଳନ

Posted by - December 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଓ ସୁନାମ ଅର୍ଜିତ  ମହାରାଜା ଉଚ୍ଚ ବିଦ୍ୟାଳୟ୧୯୭୬ ମସିହା ବେଚ୍ ର ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ ସ୍ଥାନୀୟ…

କଷାଫଳ ସମୃଦ୍ଧି କ୍ଲବ ଓ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।୧୨୦ ୟୁନିଟ ରକ୍ତ ସଂଗୃହୀତ

Posted by - October 19, 2021 0
ବାଲେଶ୍ଵର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା,ସଦର ବ୍ଲକ ଅନ୍ତର୍ଗତ କଷାଫଳ ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ସମୃଦ୍ଧି କ୍ଲବ ଓ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଆଜି…

ହୋମିଓପ୍ୟାଥିକ ଡକ୍ଟର ଅଭିନନ୍ଦନ ଜୈନଙ୍କ ପରଲୋକ

Posted by - May 28, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଜୈନ ତେରାପନ୍ଥ ଧର୍ମସଙ୍ଗ ର ବରିଷ୍ଠ ଶ୍ରାବକ ତଥା ହୋମିଓପ୍ୟାଥିକ ଡାକ୍ତର ଭାବରେ ଅଞ୍ଚଳରେ ଜଣାଶୁଣା ଅଭିନନ୍ଦନ ଜୈନ(୬୪)ଙ୍କ ଗତକାଲି ଗୁରୁବାର ଅପରାହ୍ନ…

କୋରୋନା ମୁକାବିଲା ପାଇଁ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତଙ୍କ ଦାନ

Posted by - April 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି…