Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ହିତାଧିକାରୀ ଚୟନ ରେ ଅନୀୟମିତତା, ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

845 0

ନୀଳଗିରି: (ସୌମ୍ୟାସାଇ ବାରିକ)କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନ ର ଅନ୍ତ ନାହିଁ। ବହୁ ଯୋଜନା ତିଆରି କରି ଜନମଙ୍ଗଳ ପାଇଁ ସବୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି। କିନ୍ତୁ କିଛି ସରକାରୀ ଅଧିକାରୀ ମନମାନି କରି ଗୋଟାଏ ସ୍ଥାନରେ ରହି, ସରକାରୀ ନିୟମ ଉଲ୍ଳଘଂନ କରୁଥିବା ଜଣାଯାଇଛି।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ଵଛ ଭାରତ ମିଶନ ଜରିଆରେ ହିତାଧିକାରୀ ମାନଙ୍କୁ ବିଭିନ୍ନ ଉପାୟରେ ସଚେତନ ଓ ପାଇଖାନା ନା ବଣ୍ଟନ କରା ଯାଉଥିବା ବେଳେ, ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଂଚାୟତରେ ପାଇଖାନା ହିତାଧିକାରୀ ଚୟନ ରେ ଅନିୟମିତତା ଦେଖିବାକୁ ମିଳିଛି । ଅଜୋଗ୍ୟ ହିତାଧିକାରୀ ଙ୍କୁ ଦୁଇ ରୁ ତିନୋଟି ପାଇଖାନା ଦିଆଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦିଆ ଯାଇଥିବା ଅଭିଯୋଗ ହୋଇଛି ।

ଵିଭାଗୀୟ ଅଧିକାରୀ ଙ୍କ ପାଖକୁ ଦୌଡ଼ି ଦୌଡ଼ି ହିତାଧିକାରୀ ମାନେ ନୟାନ୍ତ ହେଲେଣି ।ମାତ୍ର ସରପଞ୍ଚ ବାଞ୍ଛାନିଧି ଦାଶ ଲିଖିତ ଭାବେ ୩୦ ରୁ ଅଧିକ ବାଦ ପଡିଥିବା ହିତାଧିକାରୀ ଙ୍କ ସମ୍ପର୍କ ରେ ଅନୁସନ୍ଧାନ କରିବା ପାଇଁ ଅନୁରୋଧ କରିଥିଲେ ।ପରିତାପ ର ବିଷୟ ଶ୍ରୀ ଦାସ ଲିଖିତ ଭାବେ ଦେଇଥିବା ହିତାଧିକାରୀ ଙ୍କ ନାମ କୁ ଅନୁସନ୍ଧାନ ପରିସର ଭୁକ୍ତ କରାଯାଉନାହଁ। ଯାହା ପଞ୍ଚାୟତ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ବାବଦ ରେ ବିଭାଗୀୟ ଯନ୍ତ୍ରୀ ରିତାଲି ବେହେରା ଙ୍କୁ ଯୋଗା ଯୋଗ କରିବାରୁ, ସେ କହିଥିଲେ – କିଛି କହିପାରିବେ ନାହିଁ। ଅପର ପକ୍ଷରେ ଯାହାକୁ ଅଭିଯୋଗ କରିବାର ଅଛି, ଅଭିଯୋଗ କରନ୍ତୁ ବୋଲି ସେ କହିଥିଲେ। ଏଠାରେ ପ୍ରଶ୍ନ ଉଠେ – ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟା ୟ ମିଳିବ କେବେ..? କଣ, ଏହି ଭଳି ଅଧିକାରୀ ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲେ…?ପଞ୍ଚାୟତ ବାସୀ ବାଲେଶ୍ବର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ, ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Related Post

ବରୀ ରେ କୋରୋନା କୁ ମୁକାବଲା କରୁଥିବା ଯୋଦ୍ଧା ସମ୍ବଦ୍ଧିତ

Posted by - May 5, 2020 262
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରୋନା ଭଳି ମହାମାରୀ ର ଅସଲ ଯୋଦ୍ଧା ସାଜିଥିବା ଯେଉଁ ମାନେ କି ସାମାଜିକ ଦୁରତ୍ବ କୁ ଲୋକଙ୍କ ପାଖରେ ପହଁଞ୍ଚାଈବା ପାଈ ଦିନରାତି…

ଦରଦାମ ବୃଦ୍ଧି ବିରୋଧରେ ମାଥିଲି ସି ପି ଆଇ ଦ୍ଵାରା ଛ’ ଘଣ୍ଟା ବନ୍ଦ

Posted by - July 16, 2021 0
ମାଥିଲି :(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ସି ପି ଆଇ ଦ୍ଵାରା ଛ ଘଣ୍ଟା ବନ୍ଦ । ମାଲକାନଗିରି ଜିଲ୍ଲା ମାଥିଲି ସଦର ମହୁକୁମା ଠାରେ ସିପିଆଇ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦି ମୁର୍ମୁ ଙ୍କ ବିଜୟ ପାଇଁ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କଲେ ବିଜେପି କର୍ମକର୍ତ୍ତା

Posted by - July 18, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାରତ ର ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦି ମୁର୍ମୁ ଙ୍କ ବିଜୟ ପାଇଁ ରବିବାର କଳାହାଣ୍ଡି ଜିଲ୍ଲା…

ବୌଦ୍ଧ ଜିଲ୍ଲା ରେ ମରୁଡି ପ୍ରତିକାର କମିଟିର ସମୀକ୍ଷା ବୈଠକ

Posted by - September 22, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତରେ ବୌଦ୍ଧ ଜିଲ୍ଲାରେ ମରୁଡି ପ୍ରତିକାର କମିଟିର ଏକ ସମୀକ୍ଷା ବୈଠକ…

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

Posted by - October 22, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତ ମୁଣ୍ଡହତା ହରିଜନ ସାହିରେ ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସ (OD 19 J 2340) ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ଫଳରେ ଦୁଇ ଗୁରୁତର…

Leave a comment

Your email address will not be published.