ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

318 0

ଯାଜପୁର ଅଫିସ: ଧର୍ମଶାଳା ବ୍ଳ୍‌କ ଅଣ୍ଟିଆ ଗ୍ରାମ ପଞ୍ଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଳ୍‌ାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ ଚନ୍ଦ୍ର ଧଳ ନିଲମ୍ୱନ କରିଚ୍ଥନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୧୬ର ଧାରା ୧୦କୁ ଉଲଙ୍ଘନ କରିଥିବାରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଚ୍ଥି । ଅଣ୍ଟିଆ ଗ୍ରାମରେ ଖୁଚୁରା ସାମଗ୍ରୀ ପ୍ରଦାନରେ ଅନିୟମିତତା ହେବା ସଂପର୍କରେ ଅଭିଯୋଗ ମିଳିବା ପରେ ଜିଲ୍ଲା ଯୋଗାଣ ବିଭାଗର ଏକ ତ୍ୱରିତ ବାହିନୀ ଏହାର ତଦନ୍ତ କରି ସତ୍ୟତା ଅନୁଭବ କରି ରିପୋର୍ଟ କରିଥିଲେ ।

ଏହି ଅନିୟମିତତା ମଧ୍ୟରେ ଖାଉଟିଙ୍କୁ କମ୍ ଓଜନ ଦ୍ରବ୍ୟ ପ୍ରଦାନ, ଦୁର୍ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଅନିୟମିତତା ସଂପର୍କରେ ସନ୍ତୋଷଜନକ କୈପିଂୟତ ପତ୍ର ପ୍ରାପ୍ତିର ୭ ଦିନ ମଧ୍ୟରେ ପ୍ରଦାନ ପାଇଁ ଶ୍ରୀ ବଳଙ୍କୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଅନ୍ୟଥା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଳ୍‌ାପାଳ ଶ୍ରୀ ବଳଙ୍କୁ ସତର୍କ କରାଇ ଦେଇଚ୍ଥନ୍ତି ।

Related Post

ମାନସିକ ଓ ମନୋସାମାଜିକ ସ୍ୱାସ୍ଥ୍ୟ ର ଉନ୍ନତି ସମ୍ବନ୍ଧରେ ଉତ୍ସବ ପାଳିତ

Posted by - November 17, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ୟl ଇ.ସି. ଡି. ଏ.ଏବଂ ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲା ମ୍ୟୁଜିଅମ ରେ ଶିଶୁ ମାନକ ନିମନ୍ତେ ଶିଶୁ ଦିବସ ଉପଲକ୍ଷେ କୋଭିଡ଼୧୯…

ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

Posted by - October 3, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ପରିସରରେ ଆଜି ଅଜାଡିକି ଅମୃତ ମହୋତ୍ସବ ଉପଲକ୍ଷେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ…

ସାର ଓ କୀଟନାଶକ ଗୋଦାମ ସହ ଦୋକାନରେ ଅଚାନକ ଚଢ଼ାଉ

Posted by - September 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ…

ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ କରାଯିବା ପରେ ଗୁଣୁପୁର ରେ ପ୍ରତିବାଦର ସ୍ଵର

Posted by - July 4, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ଓଡିଶା ମିଡିଆ ଜଗତର ସାଲିସ୍ ବିହୀନ ବ୍ୟକ୍ତିତ୍ଵ ତଥା ବଡ଼ ଖବର ଟିଭି ର ମୁଖ୍ୟ ସମ୍ପାଦକ ଶ୍ରି ଅର୍ଦ୍ଧେନ୍ଦୁ ଦାସ…

Leave a comment

Your email address will not be published.