ରାଜଧାନୀରେ ପୁଲିସକୁ ଲୁଟିଲେ ଲୁଟେରା

267 0

ଭୁବନେଶ୍ବର:ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ବାଇକରେ ଆସି ଦୁଇ ଜଣ ଯୁବକ ଭିଜିଲାନ୍ସ ଡିଏସପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟି ନେଇଯାଇଛନ୍ତି ।ଆଜି ସକାଳେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ରାଜଧାନୀର ୟୁନିଟ୍ -୩ ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଦୁଇଜଣ ବାଇକ୍ ଚାଳକ ସୁନା ଅଳଙ୍କାର ଲୁଟ୍ କରିଥିଲେ। ଲୁଟେରାମାନେ ଡିଏସପି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଏବଂ ତାଙ୍କଠାରୁ ସୁନା ଚେନ୍, ସୁନା କାନଫୁଲ ଏବଂ ଚୁଡ଼ି ଛଡ଼ାଇ ନେଇଥିଲେ।

ଘର ଗେଟ୍ ଆଗରେ ଆସି ଲୁଟେରା ଦୁଇ ଜଣ ଠିଆ ହେବା ସହ ଡିଏସପିଙ୍କୁ ଆପଣଙ୍କ ଫୋନ୍ ଆସିଛି କହିଥିଲେ । ନିଅନ୍ତୁ ଫୋନରେ କଥା ହୁଅନ୍ତୁ ବୋଲି କହି ଫୋନ୍ ଦେବାକୁ ଗ୍ରୀଲ୍ ଖୋଲି ଭିତରକୁ ପଳାଇ ଆସିଥିଲେ । ତାପରେ ବନ୍ଧୁକ ଦେଖାଇ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ।ଡିଏସପି ତନୁଜା ମହାନ୍ତିଙ୍କ ସ୍ବାମୀଙ୍କ କହିବା ଅନୁଯାୟୀ, ଲୁଟେରାମାନେ ତନୁଜାଙ୍କ ବେକରୁ ସୁନା ଚେନ୍ ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣିବା ମାତ୍ରେ ସେ ଘରୁ ବାହାରି ଆସିଥିଲେ। ସେ ଲୁଟେରାମାନଙ୍କ ନିକଟକୁ ଯିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକଧାରୀ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ମାରି ଦେବାକୁ ଧମକ ଦେଇଥିଲା।

Related Post

ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୁଲିସ ର ଚଢାଉ କୋଡ଼ିଏ ଦାଦନ ଶ୍ରମିକ ଉଦ୍ଧାର ,ଦଲାଲ ଅଟକ

Posted by - October 22, 2022 0
ଖପ୍ରାଖୋଲ :୨୧/୧୦( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଶୁକ୍ରବାର ବେଆଇନ ଦାଦନ ଚାଲାଣ ଉପରେ ଚଢାଉ କରି ଦୁଇଟି ସ୍ଥାନରୁ ୧୨ ଶିଶୁ…

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

Posted by - March 28, 2022 0
ଭଦ୍ରକ: ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ କରାଯାଇଛି।ଶର୍ମିଷ୍ଠାଙ୍କ ସହ  ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ…

UPSC ପରୀକ୍ଷାରେ ସମ୍ବଲପୁର ଆଙ୍କିତ ବର୍ମା ୧୮୪ ନମ୍ବର

Posted by - September 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ଯ ହେଲେ ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା…

ସାମ୍ବାଦିକ ଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ, ଜିଲ୍ଲା ଉପସଭାପତି ଓ ରାଜ୍ଯ ସଭାପତି ମାଗିଲେ କ୍ଷମା

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କିଛି ରାଜନୈତିକ ନେତା ମାନେ ଶସ୍ତା ଲୋକପ୍ରିୟତା ହାସଲ ଉଦ୍ଧେଶ୍ୟରେ ଅବାନ୍ତର, ଓ ଆପତ୍ତିଜନକ ଜନକ ମନ୍ତବ୍ୟ ଦେଇ ବିଭିନ୍ନ ସମୟରେ ନିଜ ତଥା…

ତୃତୀୟ ଶ୍ରୀକ୍ଷେତ୍ର ରେ, ଶ୍ରୀଜନ୍ନାଥଙ୍କ ମନ୍ଦିର ଖୋଲିଲା,ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

Posted by - January 7, 2021 0
ନୀଳଗିରି :(ସୌମ୍ୟାସାଇ ବାରିକ) ମହାମାରୀ କରୋନା ର କଟକଣା । ଦୀର୍ଘ ଦଶମାସ ଧରି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ରାଜ୍ୟ…

Leave a comment

Your email address will not be published.