ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ସରକାର ଜନସାଧାରଣ ମାନଙ୍କ ହିତପାଇଁ କିଛି ନିୟମ ପ୍ରଣୟନ କରିଛନ୍ତି । ହେଲେ ଏ ନିୟମ କୁ ଲୋକେ କେତେ କାର୍ଯ୍ୟକାରୀ କରୁଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ କମ୍ପାଗଡ ରେ ବସୁଥିବା ହାଟ ର ଏହି ଚିତ୍ର ବୟାନକରୁଛି । ରାଜ୍ୟ ସରକାର ୪ ଜିଲ୍ଲା ଓ ଏକ ମୁନ୍ସୀପାଲଟି କୁ ତା ୧୭/୭/୨୦୨୦ ରାତି ୯ ଟା ଠାରୁ ୩୧/୭/୨୦୨୦ ରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକ୍ଡାଡାଉନ ଘୋପଷଣା କରିଥିବାବେଳେ ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଞ୍ଚାୟତ ର କମ୍ପାଗଡ ରେ ବସିଥିବା ହାଟ ଏହାର ଜ୍ୱଳନ୍ତ ଉଡାହାର ପାଇଟିଛି । ବରୀ ପ୍ରସାସନ ଆସନ୍ତା ୩୧ ତାରିଖ ଯାଏ ସମସ୍ତ ହାଟକୁ ବାତିଲ କରିଥିବା ବେଳେ ଆଜି କମ୍ପାଗଡରେ ହାଟ ବସିଲା କିପରି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ହାଟରେ ବସିଥିବା ବେପାରୀ ଓ ସାଧାରଣ ଜନତା ଆଜି କୋଭିଡ ନିୟମ କୁ ଖୁଲମଖୁଲା ଆଇନିକୁ ଉଲଘଂନ କରିଛନ୍ତି ବୋଲି ସେଠିକାର ଲୋକେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା ଵରୀବ୍ଲକ ଅଧିନ କମ୍ପଗଡ଼ ହାଟରେ ଲୋକମାନେ ପରିବାର କିଣୁଛନ୍ତି ନା କରୋନା କୁ କାହା ଭୟ ନଥିଲା ପାରୀ ଲାଗୁଛି ।ଲୋକଙ୍କ ମଧ୍ୟରେ ଅଛି ସାମାଜିକ ଦୂରତା କି କାହା ମୁହଁରେ ମାସ ଅଛି । ଏହାକୁ ଦେଖି ଜନସାଧାରଣ ଅସନ୍ତୋଷ ପରିବ୍ୟକ୍ତ କରିଛନ୍ତି ।