୧୬ ଫୁଟ୍‌ର ତାରଜାଲି ଡେଇଁ ଖସିଗଲା ବାଘୁଣୀ ସୁନ୍ଦରୀ

403 0

ଅନୁଗୁଳ:(ମହେଶ ଭୋମରାଜ)୧୬ ଫୁଟ୍‌ର ତାରଜାଲି ଡେଇଁ ଖସିଗଲା ବାଘୁଣୀ ସୁନ୍ଦରୀ । ସାତକୋଶିଆ ଅଭୟାରଣ୍ୟ ଇଲାକାରେ ମୁକ୍ତ ଭାବରେ ବିଚରଣ କରୁଥିବା ଏକମାତ୍ର ମହାବଳ ବାଘୁଣୀ ବହୁଦିନ ଧରି ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ କାଟୁଛି । ସୁନ୍ଦରୀକୁ ବନ୍ଦୀ କରିବାକୁ କର୍ତ୍ତୃପକ୍ଷଙ୍କ ଏକାଧିକ ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା ।

ରାଇଗୁଡ଼ାସ୍ଥିତ ଦୁଇ ଏନ୍‌କ୍ଲୋଜର ମଧ୍ୟରେ ସ୍ୱତନ୍ତ୍ର ଖୁଆଡ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଖୁଆଡ଼ ଡେଇଁ ବାଘୁଣୀ ପାର୍‌ ହୋଇଯାଇଛି । ଗତ ସୋମବାର ମଧ୍ୟରାତ୍ରିରେ ବାଘୁଣୀ ଏଭଳି କରିଥିବା ନେଇ ସୂଚନା ମିଳିଛି । ଗତ ସୋମବାର ରାତି ୧୧ଟା ୪୫ରେ ବାଘୁଣୀ ଖୁଆଡ଼ ଭିତରକୁ ପଶି ଯାଇଥିଲା । ବାଘୁଣୀ ଖୁଆଡ଼ ଭିତରକୁ ପ୍ରବେଶ କରିବା କ୍ଷଣି ସମ୍ମୁଖରେ ଲାଗିଥିବା ଗେଟ୍‌ ଲକ୍‌ ହୋଇଯାଇଥିଲା । ଭିତରେ ବାଘୁଣୀକୁ ଆକୃଷ୍ଟ କରିବାକୁ ଶିକାର(ବାର୍‌ହା) ଛଡ଼ା ହୋଇଥିଲା ।

ବାଘୁଣୀ କିନ୍ତୁ ବାର୍‌ହା ଶିକାର କରି ନଥିଲା । ଖୁଆଡ଼ ଭିତରେ ପ୍ରାୟ ୧୦ ମିନିଟ୍‌ ରହିଥିଲା । ପରେ ୧୬ ଫୁଟ୍‌ ଉଚ୍ଚର ତାର ଜାଲି ଉପରକୁ ଚଢ଼ିଯାଇଥିଲା । ଉପରେ ତାର ଜାଲି ଓ ଲୁହାରେ ତିଆରି ହୋଇଥିବା ସ୍ଲାଇଡିଂ ଉପରେ କିଛି ସମୟ ବସିଥିଲା । ପରେ ଲମ୍ଫ ମାରି ଅଭୟାରଣ୍ୟ ଭିତରକୁ ଖସିଯାଇଥିଲା ।

Related Post

ଗୃହ ଉଦଘାଟନ ପରେ ଫଳକ ଭାଙ୍ଗିଲେ କେନ୍ଦ୍ର ମନ୍ତ୍ରୀ ଙ୍କ ଅନୁଗତ କହୁଥିବା ସମର୍ଥକ

Posted by - April 7, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସର ରେ, ନୀଳଗିରି ଟ୍ରକ୍ ମାଲିକ ସଂଘ ର ଅନୁଦାନ ରେ, ହସ୍ପିଟାଲ୍ ପରିସର ରେ ୪ ଟି କେବିନ୍ ଗୃହ…

ଜେ.ଏସପିଏଲ ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ.,ଦେଖନ୍ତୁ ଭିଡିଓ

Posted by - August 29, 2020 0
ଅନୁଗୁଳ:ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବାବେଳେ ଅଳ୍ପକେ ବର୍ତିଲେ ଶ୍ରମିକ ଓ କର୍ମଚାରୀଗଣ ।ସୂଚନା ଅନୁଯାୟୀ ଗତକାଲି ଏହି…

ହରିଶଙ୍କର ରୁ ନୃସିଂହନାଥ କୁ ରୁପୱେ ନିର୍ମାଣ ଦାବିରେ ହରିଶଙ୍କର ଝରଣା ରେ ଜଳ ସତ୍ୟାଗ୍ରହ

Posted by - October 11, 2022 0
ଖପ୍ରାଖୋଲ :୧୦/୧୦(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତ୍ର ହରିଶଙ୍କର ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ଠାରୁ…

ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ…

ବିସ୍ଫୋରକ ସୂଚନା ସହ ଓଡିଶା ସରକାରଙ୍କୁ ଚେତାବନୀ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ

Posted by - October 22, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ସ୍ଵର କୁ ଶାଣୀତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର, ମଣିପୁର, ମିଜୋରାମ୍ ପ୍ରଦେଶ…

Leave a comment

Your email address will not be published.