ଏରବାଙ୍କ ପଂଚାୟତରେ ବ୍ୟାପକ ଅନିୟମିତତା,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

475 0

ଯାଜପୁର ଅଫିସ : (ସ୍ନେହଂଶୁ ଶେଖର ମହାନ୍ତି )ବରୀ ନିର୍ବାଚନ ମଣ୍ଡଳୀ ଅଧିନ ଏରବାଙ୍କ ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଛି । ମନୋରଗା କାର୍ଯ୍ୟରେ ଶ୍ରମିକ ମାନଙ୍କ ବଦଳରେ ମେସିନ କାମ କରୁଛି । ୩ ଶହ ମିଟର ରାସ୍ତା କାମ କରାଯାଇ ୩ କି,ମି ରାସ୍ତାର ବିଲ୍ କରାଯାଉଛି । ଏଭଳି ଅଭିଯୋଗ ଗୁରୁବାର ଅପରାହ୍ନରେ ଏରବାଙ୍କ ପଂଚାୟତର ନର୍ସରୀ ପଡିଆରେ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସମାଜ ସେବୀ ଦେବି ପ୍ରସାଦ ବିଶ୍ୱାଳ, ବିଦ୍ୟୁତ କୁମାର ସାହୁ,ଏସ.ଆର ଦାସ, ସୈାମ୍ୟ ପ୍ରକାଶ ସାମଲ,ପ୍ରୟବ୍ରତ ମଲ୍ଲିକ ପ୍ରମୁଖ କହିଛନ୍ତି ।

ଏମାନେ ଆହୁରୀ ଅଭିଯୋଗ କରିଛନ୍ତି ଯେ ଜନହିତକର କାର୍ଯ୍ୟ ନାଆଁରେ ଅର୍ଥ ଉଠାଣ କରି ମିଥ୍ୟା ବିଲ୍ କରୁଛନ୍ତି । ଗୋଚର ଜମିକୁ ନଷ୍ଟ କରି ସେଠାରେ ନିମ୍ନମାନର ରାସ୍ତା କାମ କରାଯାଉଛି । କୋଭିଡ-୧୯ ପାଇଁ ହୋଇଥିବା ଅସ୍ଥାୟି ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅନୟମିତତା ହେଉଛି । ଅନ୍ତେବାସୀଙ୍କୁ ଉପ-ଯୁକ୍ତ ଖାଦ୍ୟ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସରପଂଚଙ୍କ ପୁଅ ପଂଚାୟତରେ ଗୁଣ୍ଡାରାଜ କରୁଛି । ଏନେଇ ପଂଚାୟତରେ ଆତଙ୍କ ଖେଳି ଯାଇଛି ବୋଲି ସାମ୍ବାଦିକ ସମ୍ମିଳନିରେ ସାମଲ କହିଛନ୍ତି । ନର୍ସରରୀରୁ ଜୀବନ୍ତ ଗଛକୁ କାଟି ନେଇ ସରପଂଚଙ୍କ ପୁଅ ଉଚ୍ଚା ଦାମ୍‌ରେ ବିକ୍ରୀକରି ଦେଉଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ୭ ଦିନ ଭିତରେ ଏହି ଅଭିଯୋଗକୁ ପ୍ରଶାସନ କଣ୍ଣପାତ କରି ସମାଧାନ ନ କଲେ କୋଭିଡ-୧୯ ନିୟମାବଳୀକୁ ପାଳନ କରି ଆମରଣ ଅନଶନ କରିବେ ବୋଲି ଅଭିଯୋଗ କାରୀମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅପର ପକ୍ଷେ ସରପଂଚଙ୍କ ପୁଅ ଦିଦ୍ୟ ରଂଜନ ସାହୁଙ୍କୁ ପଚାରିବାରୁ ଦେବୀ ପ୍ରସାଦ ବିଶ୍ୱାଳଙ୍କ ସହିତ ମୋର ବ୍ୟକ୍ତିଗତ କେସ୍ ରହିଛି । ଏନେଇ ଥାନାରେ ଅଭିଯେଗା ହୋଇଥିଲାବେଳେ କୋର୍ଟରେ ମାମଲା ବିଚାରଧିନ ରହିଛି । ଅଭିଯୋଗ କାରିଙ୍କ ଅଭିଯୋଗରେ କୈାଣସି ସତ୍ୟତା ନାହିଁ । ମୋ ମାଆ ସରପଂଚ ଅଛନ୍ତି ତାଙ୍କ ସମୟରେ ଆମ ପଂଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଯାରି ରହିଛି ବୋଲି ସାହୁ ପ୍ରତିକ୍ରିୟାରେ ଏକଥା କହିଛନ୍ତି ।

Related Post

ହୋମ କ୍ୱାରେନଟାଇନରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ

Posted by - April 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।…

ଅଙ୍ଗନ୍ ବାଡି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ,ବାରୁଦ ଖାନା ଅଙ୍ଗନବାଡି କେନ୍ଦ୍ର ରେ ଉତ୍ତେଜନା

Posted by - September 26, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ) ଅଙ୍ଗନ୍ ବାଡ଼ି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିବାରୁ ଘଟଣା ସ୍ଥଳ ରେ ଉତ୍ତେଜନା ସୃଷ୍ଟି…

ଭିନ୍ନକ୍ଷମ ଦଳିତ ପରିବାରକୁ ମିଳୁନାହିଁ ସରକାରୀ ଆବାସ

Posted by - August 11, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ସରକାରୀ ଆବାସ ପ୍ରଦାନ କ୍ଷେତ୍ରରେ କରାଯାଉଛି ପାତରଅନ୍ତର ।ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଆବସ ପ୍ରଦାନ କରାଯାଉଥିବାବେଳେ ବହୁ ଗରବ ପରିବାରଙ୍କୁ ମିଳୁନାହିଁ…

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:ମତଦାନ ହାର ୭୦ ପ୍ରତିଶତରୁ ଅଧିକ

Posted by - February 17, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଫେବୃୟାରୀ ୧୬ ତାରିଖ ଦିନ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ।ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶାର…

ଆନ୍ଦୋଳନ କୁ ସପକ୍ଷ ଓ ବିପକ୍ଷ ନାମରେ ଭାଗଭାଗ କରିବାକୁ ପଥର ମାଫିଆଙ୍କ ଉଦ୍ୟମକୁ ଗାଁବାସୀଙ୍କ ଦୃଢ ଜବାବ

Posted by - September 4, 2021 0
  ବୌଦ୍ଧ ୩/୯( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଚାଲିଥିବା ପଥର କ୍ବାରୀ ବନ୍ଦ ନିମିତ୍ତ ଚାଲିଥିବା ଆନ୍ଦୋଳନକୁ…

Leave a comment

Your email address will not be published.