ଖଦୀ ଓ ଗ୍ରାମ ଉଦ୍ୟୋଗ ବିଭାଗ ର ସମୟପୋଯୋଗୀ ପଦକ୍ଷେପ: କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଙ୍କ ଉପସ୍ଥିତି ରେ ବାଣ୍ଟିଲେ ମହୁଚାଷ ବାକ୍ସ

401 0

ନୀଳଗିରି:୦୩/୦୭(ସୌମ୍ୟା ସାଇ ବାରିକ୍)ବିଶ୍ଵ ବ୍ୟାପି କରୋନା ଭୁତାଣୁ ର ଭୟଙ୍କର ସଂକ୍ରମଣ ଯୋଗୁଁ, ଦେଶ ଓ ରାଜ୍ୟ ର ଆର୍ଥିକ ପରିସ୍ଥିତି ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି।ଠିକ୍ ଏହି ସମୟରେ କେନ୍ଦ୍ର ଏମ୍.ଏସ୍.ଏମ୍.ଇ ବିଭାଗ ଅଧିନସ୍ଥ ରାଜ୍ୟ ଖଦୀ ଓ ଗ୍ରାମ ଉଦ୍ୟୋଗ ବିଭାଗ ପକ୍ଷରୁ ‘ମେଜର ହନି ମିସନ୍’ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଗ୍ରହଣ କରା ଯାଇଛି।ଯଦ୍ଵାରା ପ୍ରବାସୀ ଶ୍ରମିକ ଓ ଗାଁ ଗଣ୍ଡା ର ଏସ୍. ଏସ୍. ଜୀ. ଗ୍ରୁପ ର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇ ପାରିବ। ସେଥିପାଇଁ ଯେଉଁ କେତେଗୋଟି ଜିଲ୍ଲା କୁ ଏଥି ପାଇଁ ମନୋନୀତ କରାଯାଇଛି ତନ୍ମଧ୍ୟରୁ ବାଲେଶ୍ବର ଜିଲ୍ଲା ଅନ୍ୟତମ। ବାଲେଶ୍ଵର ଜିଲ୍ଲା ର ନୀଳଗିରି ବ୍ଲକ ର କେ. ସି. ପୁର୍ ଓ ଛତ୍ର ପୁର୍ ଗ୍ରାମ ପଞ୍ଚାୟତ ର ଗୋଟିଏ ଗୋଟିଏ ଏସ୍ଏସ୍ ଜି ଗ୍ରୁପ ରୁ ୨୫ ଜଣ ଲେଖାଏଁ ସଦସ୍ୟ ଙ୍କୁ ଏ ସମ୍ପର୍କରେ ପ୍ରଶୀକ୍ଷଣ ଦିଆଯାଇ ଥିଲା । ପ୍ରତ୍ୟକ ବ୍ୟକ୍ତି ଙ୍କୁ ୧୦ ଗୋଟି ଲେଖାଏ ରାଣୀ ମହୁମାଛି ଥିବା ମହୁ ଚାଷ ବାକ୍ସ ଦିଆଯିବା କଥା ।ସେହି ଅନୁଯାଇ ଆଜି ପୂର୍ବାହ୍ନ ୧୦ ଘଟିକା ରେ ଛତ୍ରପୁର୍ ହାଇ ସ୍କୁଲ ଖେଳ ପଡିଆ ରେ, ଗ୍ରାମ ଉଦ୍ୟାୋଗ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଖଦୀ ଗ୍ରାମ ଉଦ୍ୟୋଗ କମିସନ୍ ର ରାଜ୍ୟ ନିର୍ଦେଶକ ସମୀର କୁମାର ମହାନ୍ତି ଙ୍କ ଉପସ୍ଥିତିରେ କେସି ପୁର୍ ପଞ୍ଚାୟତ ର ୧୧ ଜଣ ଓ ଛାତ୍ର ପୁର୍ ଗ୍ରା. ପ. ର ୯ ଜଣ ସଦସ୍ୟ ଙ୍କୁ ୧୦ ଟି କରି ବାକ୍ସ ମୋଟ ୨୦୦ ଟି ବାକ୍ସ ପ୍ରଦାନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଗ୍ରାମାଞ୍ଚଳ ର ସମସ୍ତ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ଦେଶ ପ୍ରେମୀ ହେବା ପାଇଁ ଆହ୍ଵାନ ଦେବା ସହିତ ବିଦେଶୀ ଜିନିଷ, ବିଶେଷ କରି ଚୀନ ର ସବୁ ଜିନିଷ କୁ ବର୍ଜନ କରିବା ପାଇଁ କହିଥିଲେ।ଏଠାରେ ସୂଚନାଯୋଗ୍ୟ,ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରି ଉପରୋକ୍ତ କାର୍ଯ୍ୟକ୍ରମ କରାଯାଇ ଥିଲେ ମଧ୍ଯ, କରୋନା କଟକଣା ହେତୁ ଏହି ଦୁଇ ପଞ୍ଚାୟତ ର ଅବଶିଷ୍ଟ ୩୦ ସଦସ୍ୟ ଙ୍କୁ ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ମହୁବାକ୍ସ ପ୍ରଦାନ କରାଯିବ ବୋଲି ରାଜ୍ୟ ନିର୍ଦେଶକ ଶ୍ରୀ ମହାନ୍ତି କହି ଥିଲେ ।

Related Post

ବୋଇତ ବନ୍ଦାଣ କରିବାରୁ ଶ୍ରଦ୍ଧାଳୁ ମାନେ ବଂଚିତ

Posted by - December 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ର ପରମ୍ପରା ରହିଛି। କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସମସ୍ତ…

ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

Posted by - July 30, 2020 358
ଅନୁଗୁଳ:(ମହେଶ ଭୋମରାଜ)କରୋନା ଗ୍ରାଫ ଦିନକୁ ଦିନ ମାଡ଼ି ଚାଲିଥିବା ବେଳେ ଏବେ ପ୍ରଶାସନକୁ ଗ୍ରାମାଞ୍ଚଳ ଚିନ୍ତା ଘାରିଛି  । ଜିଲ୍ଲାରୁ ଆଜି (ଗୁରୁବାର) ୧୩ ଜଣ କରୋନା ପଜିଟିଭ ଚିହ୍ନଟ…

ଟିଟଲାଗଡ ପୌରପରିଷଦର ବଡ଼ାଖାନା କାର୍ଯ୍ୟକ୍ରମ,ସଫେଇ କର୍ମଚାରୀଙ୍କ ପାଣ୍ଠିକୁ ନିଜ ପ୍ରତି ମାସର ଦରମା ଦେବେ ପୌରଦ୍ଧକ୍ଷା ମମତା ଜୈନ।

Posted by - May 29, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରକୁ ସରସ ସୁନ୍ଦର କରି ରଖିବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନିଜକୁ ଅଳିଆ ଆବର୍ଜନା ଭିତରେ ରଖି…

ଆସନ୍ତା ୧୮ ତାରିଖରେ ହୀରାକୁଦ ନଦୀବନ୍ଧ ରୁ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜଳ ନିସ୍କାସନ

Posted by - July 16, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ଆସନ୍ତା ୧୮ ତାରିଖ ଦିନ ୧୧ ଟା ସମୟରେ ନିଷ୍କାସନ କରାଯିବ । ଆଜି ଏନେଇ ହୀରାକୁଦ…

Leave a comment

Your email address will not be published.