କେନ୍ଦୁଝରଜିଲ୍ଲା ବଡବିଲ ପୋଲିସକୁ ବଡ଼ସଫଳତା ବନ୍ଧାହେଲେ ମାଙ୍ଗାନିଜ ମାଫିଆ

4976 390


ବଡ଼ବିଲ:(ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଏକ ମାଙ୍ଗାନିଜ ଚୋରା ଚାଲାଣ କାରୀ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି।ବଡ଼ବିଲ ଉପକଣ୍ଠରେ ଅବସ୍ଥିତ ଲସର୍ଦା ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ମାଙ୍ଗାନିଜ ଉତ୍ତୋଳନ କରି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିଲା ଏହି ଗ୍ୟାଙ୍ଗ।ଗତକାଲି ରାତିରେ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା ବଡ଼ବିଲ ପୋଲିସ, ଘଟଣା ରେ ସମ୍ପୃକ୍ତ ୫ଜଣ ମାଫିଆ ଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଏକ ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିବା ସହ ମାଫିଆ ମାନଙ୍କ ଦ୍ୱାରା ବ୍ୟବହୃତ ଏକ ବୋଲେରୋ କୁ ଜବତ କରିଛି ପୋଲିସ।

ଟ୍ରକରେ ପ୍ରାୟ ୨୦ ଟନ ମାଙ୍ଗାନିଜ ବୋଝେଇ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଗିରଫ ମାଫିଆ ମାନେ ହେଉଛନ୍ତି ଭେଟେରାନ ମାଫିଆ ଏମଡି ଫିରୋଜ,ଏମଡି ରଫିକ,ସୟୁମ ଅନସାରି,ବାଦଲ ପାତ୍ର ଓ କ୍ଷୀରୋଦ ବୁଲୁରି।ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ଖଣିଜ ଚୋରି ର କେଶ ରହିଛି।ଅତ୍ୟନ୍ତ ସତର୍କତା ର ସହ ନକଲି ଟିପି ଓ ଚାଲାଣ ସବୁ ତିଆରି କରି ଏଭଳି କାରବାର ଚାଲିଥିବା ଜଣାପଡିଛି।ଏହି ଘଟଣା ରେ ପୋଲିସ ର ଅଧିକ ତଦନ୍ତ ଜାରୀ ରହିଥିବା ବଡ଼ବିଲ ଆଇଆଇସି ଶୁଶାନ୍ତ ଦାସ ସୂଚନା ଦେଇଛନ୍ତି।

Related Post

କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ଙ୍କ ପତ୍ର

Posted by - November 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା ଓ ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅନୈତିକ କାର୍ଯ୍ୟ ଅଭିଯୋଗ କୁ ଗୁରୁତ୍ଵ ର…

ମୋବାଇଲ ଚୋରି ଗ୍ୟାଙ୍ଗ ର ପର୍ଦାଫାଶ କଲା ରେଙ୍ଗାଲି ପୋଲିସ,ହଜିଥିବା ୨୪ ମୋବାଇଲ ଫୋନ ଫେରି ପାଇବେ ଲୋକେ

Posted by - August 7, 2022 0
ରେଙ୍ଗାଲି/ସମ୍ବଲପୁର:୦୫/୦୮(ରମାକାନ୍ତ ବିଶ୍ବାଳ) ରେଙ୍ଗାଲି ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ଶାସନ, କୁର୍ଲାବାହାଲ ନିବାସୀ ସଂଜୀବ ଗର୍ଡିଆଙ୍କ (୧୯) ଅଭିଯୋଗ କ୍ରମେ l ସଂଜୀବ…

ନୀଳଚକ୍ର ଉପରେ ଯୁବକ

Posted by - April 20, 2019 345
ପୁରୀ:ଆଜି ସକାଳେ ନୀଳଚକ୍ର ଉପରେ ଯୁବକ ଚଢ଼ିଯାଇଥିବା ଦେଖି ତାଗିଦ୍ କରିବା ପରେ ସେବାୟତମାନେ ତାକୁ ଧରି ପୋଲିସର ଜିମା ଦେଇଥିଲେ । କେଉଁ ଉଦ୍ଦେଶ୍ୟରେ ଓ…

ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ଵର ଗିରଫ

Posted by - February 12, 2021 0
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍ଗ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ଗିରଫ କରିଛି ପୁଲିସ। ଅପରାଜିତାଙ୍କ ସମ୍ପର୍କରେ ‘ନିଖୋଜ’ ପୋଷ୍ଟର ମରାଯିବା ସମୟରେ ଘଟିଥିବା ଗଣ୍ଡଗୋଳ…

ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର

Posted by - June 22, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ହୋଇଛି।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ପୁଷ୍ପନଗର ଅଞ୍ଚଳରେ…

There are 390 comments

Leave a comment

Your email address will not be published.