ଯାଜପୁର ରେ ଡାକ୍ତର ଙ୍କୁ ଆକ୍ରମଣ

1212 0

ଯାଜପୁର ଅଫିସ :ଯାଜପୁର ରେ ଅବସର ପ୍ରାପ୍ତ ଡାକ୍ତର ବିପିନ ବିହାରୀ ପଣ୍ଡା ଙ୍କୁ ମରାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କୁ କିଛି ଅସାମାଜିକ ବ୍ୟକ୍ତି ଗତକାଲି  ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ କ୍ଷତାକ୍ତ ହେବାର ସୂଚନା ମିଳିଛି। ଅଭିଯୋଗ ଅନୁସାରେ କିଛି ନିର୍ଦ୍ଦିଷ୍ଟ ଔଷଧ କମ୍ପାନି ର ଔଷଧ ଲେଖିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ସେହି କମ୍ପାନୀ ର ପ୍ରତିନିଧିମାନେ ଡାକ୍ତରଙ୍କ ଉପରେ ଔଷଧ ଲେଖିବାକୁ ଚାପ ପକାଇବା ସହ ତାଙ୍କୁ ଧମକ ଦେଉଥିଲେ ବୋଲି ଡାକ୍ତର ବିପିନ ବିହାରୀ ପଣ୍ଡା ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ଏହା ଏକ ଜମି ଜମା  ସମ୍ବଧୀୟ ଘଟଣା ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ।

Related Post

କେସିଙ୍ଗା ଅଞ୍ଚଳରେ ଦିନ କୁ ଦିନ ବଢିବାରେ ଲାଗିଛି ଲୁହା ଚୋରୀ ଘଟଣା

Posted by - October 2, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଲୁହା ଚୋରୀ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି…

କେଇସି ର ଷ୍ଠକ ୟାଡ ରୁ ପାଇପ ଡକାୟତି ଘଟଣାରେ ୨୮ ଜଣ ଅଭିଯୁକ୍ତ ଙ୍କୁ କୋଟଚାଳାଣ କଲା ଜୁଯୋମୁରା ପୋଲିସ

Posted by - August 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ଜୁଯୋମୁରା ପୋଲିସ ଆମଲିପାଣି କେଇସି ର ଷ୍ଠକ ୟାଡ ରୁ ପାଇପ ଡକାୟତି ଘଟଣାରେ ୨୮ ଜଣ ଅଭିଯୁକ୍ତ ଙ୍କୁ କୋଟଚାଳାଣ…

ସାମ୍ନା କୁ ଆସିଲା ନାବାଳକ ର କାରନାମା, ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କା

Posted by - March 30, 2021 0
ଯାଜପୁର ଟାଉନ:ସାମ୍ନାକୁ ଆସିଛି ଜଣେ ଦଶମ ଶ୍ରେଣୀ ନାବାଳକର କାରନାମା । ବିଶ୍ୱାସ ନହେଲେ ବି କଥାଟି ସତ । ପଡୋଶୀଙ୍କ ବ୍ୟାଙ୍କ ଆକାଉଂଟରୁ ୧୩ ଲକ୍ଷ…

Leave a comment

Your email address will not be published.