ବିକାଶ ନୂହେଁ ବିନାଶ ପଥରେ ନୀଳଗିରି:-ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ।

411 0

ନୀଳଗିରି:-:(ସୌମ୍ୟାସାଇ ବାରିକ୍)ଗତ କାଲି ପୁର୍ବାହ୍ନ ୧୧ ଘଟିକା ସମୟରେ, ନୀଳଗିରି କଂଗ୍ରେସ ଭବନ ପରିସର ରେ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ରେ ପୂର୍ବତନ ବିଧାୟକ ଶ୍ରୀ ଆଚାର୍ଯ୍ୟ ନୀଳଗିରି ର ବିକାଶ ତହିଁରେ ଥିବା ବାଧକ ୩୭ ଗୋଟି ପ୍ରସଙ୍ଗ ଉପରେ ବିସ୍ତ୍ରୁତ ଭାବେ ଆଲୋକପାତ କରିବା ସହିତ ଅଧୁନା ବିଧାୟକ ସୁକାନ୍ତ କୁମାର ନାୟକ ଙ୍କ ବିକାଶ ପଥେ ନୀଳଗିରି କୁ ବିନାଶ ପଥରେ ନୀଳଗିରି ବୋଲି କ୍ଷୋଭ ପ୍ରକାଶ କରି କହିଥିଲେ।

ସମସ୍ୟା ବିଜଡିତ ପ୍ରସଙ୍ଗ ଗୁଡିକ ମଧ୍ୟରେ, – ଶେରଗଡ- ନୀଳଗିରି – ଝରଣାଘାଟି ରାସ୍ତା, ଓ. ଡି. ଆର. ରୁ ଏସ୍. ଆର୍. ୧୯, ନୀଳଗିରି କୁ ପାସେଞ୍ଜର ଟ୍ରେନ୍, ପଞ୍ଚଲିଙ୍ଗେଶ୍ଵର ଉନ୍ନୟନ ଓ ରୋପୱେ ନିର୍ମାଣ, ତେନ୍ତୁଲିଆ ରେ ସୋନ ବେରେଜ୍, ଜଳସେଚନ ପ୍ରକଳ୍ପ ( ସିନ୍ଦୁରିଆ, ପଶ୍ଚିମା) ଡାଏଟ ସି. ଟି. ସ୍କୁଲ, ମିତ୍ରପୁର ଡାକ୍ତର ଖାନା, ବାଲେଶ୍ବର – ବଡବିଲ ରେଳ ପ୍ରକଳ୍ପ, ନୀଳଗିରି ସ୍ଲିପର, ନୀଳଗିରି ଟାଉନହଲ, ନୀଳଗିରି ଏନ୍. ଏ. ସି. କି ମୁନିସିପାଲିଟି ରେ ପରିଣତ, ନୀଳଗିରି ରେ କେନ୍ଦ୍ରୀୟ ବିଦ୍ୟାଳୟ, ନୀଳଗିରି ନୂତନ ବ୍ଲକ ଗଠନ, ନୀଳଗିରି ତିନି ଦିନ ଓଉପଦା ବ୍ଲୋକ ଅଫିସ ଖୋଲିବା, ପର୍ଯ୍ୟଟନ ବସ୍ ଚଳାଇବା ( ପଞ୍ଚଲିଙ୍ଗେଶ୍ଵର – ନୀଳଗିରି – ସଜନାଗଡ଼ ଭୂଦାରଚଣ୍ଡି- ଅଯୋଧ୍ୟା ର ମାରିଚି ଠାକୁରାଣୀ ଙ୍କ ସ୍ଥାନ କୁ), ସରକାରୀ ବସ୍ ଚଳାଇବା, ସ୍କୁଲ ଉଠିଯିବା, ନୀଳଗିରି ବିଦ୍ୟୁତ୍ ସଂସ୍କାର ନ ହେବା, ନୀଳଗିରି – ବାଲେଶ୍ବର ବାଇପାସ୍ ରାସ୍ତା ସମ୍ପୂର୍ଣ୍ଣ ନ ହେବା ( ରାଇ ଗାଆଁ ରୁ ସୋମନାଥପୁର)

ଅକ୍ଷୟ କୁମାର ଆଚାର୍ଯ୍ୟ(ପୂର୍ବତନ ବିଧାୟକ, ନୀଳଗିରି)

ନୀଳଗିରି ଡାକ୍ତର ଖାନା ରେ ଡାକ୍ତର ରହୁନଥିବା, କୁରୁଡ଼ା ରୁ ନୀଳଗିରି କୁ ଡି. ଏଫ୍. ଓ. ଅଫିସ ଉଠାଇ ଆଣିବା, ପାନୀୟ ଜଳ ପରିସ୍କାର ପ୍ଲାଣ୍ଟ, ପଦ୍ମତୋଳା ହ୍ରଦ ର ବିକାଶ, ଖନ୍ତାପଡ଼ା ରେଳ ଷ୍ଟେସନ ଉନ୍ନତି, ପଣପଣା ଠାରେ ନୂତନ ରେଳ ଷ୍ଟେସନ ମଞ୍ଜୁର, ଏନ୍. ଏଚ୍. ୧୬ ଠାରୁ ଜିରତାଲ୍ ଭାୟା ବେତ ଗଡ଼ିଆ ରାସ୍ତା କଡରୁ ପ୍ରବଳ କିଆ ବୁଦା କୁ ଉଠାଇବା, ନୀଳଗିରି ରେ ପର୍ଯ୍ୟଟନ କେନ୍ଦ୍ର, ନୀଳଗିରି ରେ ସିଲିଂ ପ୍ଲାଣ୍ଟ, ସାଳନ୍ଦୀ ଜଳସେଚନ ଯୋଜନା, କୁଲଡିହା ହାତୀ ଅଭୟାରଣ୍ୟ, ବଡ ପୋଖରି ଗ୍ରାମ୍ୟ ବ୍ୟାଙ୍କ୍ ସି ବନ୍ଦ ହେବା, ଯୋଡାଚୂଆ ଅରଣ୍ୟ ନିବାସ, ଧୋବା ଘାଟ ଜଳସେଚନ ପ୍ରକଳ୍ପ, ଅଯୋଧ୍ୟା ରେ +3 କଲେଜ ଖୋଲା ନ ହେବା, ଦରଦାମ୍ ନିୟନ୍ତ୍ରଣ କରି ନପାରିବା ଓ ବେରୋଜଗାର କଲା ବଜାର ବୃଦ୍ଧି ଭଳି ପ୍ରସଙ୍ଗ ଉପରେ ବିସ୍ତ୍ରୁତ ଭାବେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଅବଗତ କରାଇବା ସହିତ ଅଧୁନା ବିଧାୟକ୍ ଶ୍ରୀ ନାୟକଙ୍କର ବିକାଶ ପଥେ ନୀଳଗିରି କଥାକୁ ଏକ ଫମ୍ପା ଆୱାଜ୍ ବୋଲି କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ, ନିରଞ୍ଜନ ବେହେରା, ରଘୁନାଥ ସିଂହ, ରାମଚନ୍ଦ୍ର ବେହେରା, ଯଶୋଦା ନନ୍ଦନ ସିଂହ,ଅପର୍ତୀ ଚରଣ ସ୍ଵାଇଁ, ଉପେନ୍ଦ୍ର ବେହେରା, ପ୍ରଦୀପ କୁମାର ପରିଡା, ରତିକାନ୍ତ ବେହେରା, ପ୍ରଫୁଲ୍ଲ ବେହେରା, ସୁରେନ୍ଦ୍ର ଦାଶ ପ୍ରମୁଖ ଦଲିୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Related Post

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଛି ବିଜେଡି

Posted by - February 4, 2019 0
ଗତକାଲି ସିବିଆଇ ଯେଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା, ତାହା ଠିକ ନୁହେଁ। ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି।…

ଅଷ୍ଟମ ଦିନରେ ବୌଦ୍ଧ ଜିଲ୍ଲା କଂଗ୍ରେସ ର ଜନଜାଗରଣ କାର୍ଯ୍ୟକ୍ରମ

Posted by - November 29, 2021 0
ବୌଦ୍ଧ :(ସମରେଶ ମିଶ୍ର )ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ଜିଲ୍ଲାରେ ଆୟୋଜିତ ହେଉଥିବା ଜନଜାଗରଣ କାର୍ଯ୍ୟକ୍ରମ ଅଷ୍ଟମ ଦିନରେ ପହଂଚି ଯାଇଛି, 28/11 ତାରିଖରେ ୬ ନମ୍ବର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ

Posted by - September 19, 2020 0
ବିଂଝାରପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ଯାଜପୁର ବିଜେପି ପକ୍ଷରୁ ବିଂଝାରପୁର ବ୍ଲକ…

ପାଇକମାଳ ବିଜେପି କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ସେବା ସମବାୟ ସମିତି ଅଫିସକୁ ଘେରାଉ

Posted by - September 9, 2021 0
ବରଗଡ :ପଦ୍ମପୁର ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ…

ବୌଦ୍ଧ ଭାରତୀୟ ଜନତା ପାର୍ଟି ତରଫରୁ ବୌଦ୍ଧ SP ଅଫିସ ଘେରାଉ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ମହଲିଙ୍ଗ ସନ ସାଇନ ସ୍କୁଲ ର ଅଧକ୍ଷା ମମିତା ମେହେର ଙ୍କ ଅପହରଣ ଓ ନିର୍ମମ ଭାବରେ…

Leave a comment

Your email address will not be published.