ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

355 0

ଯାଜପୁର ତା୧୯/୬(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କମିଟି ତରଫରୁ ଏ.ଆ.ସି.ସି.ର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସର କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇ କେକ୍ କଟାଯାଇଥିଲା ଏବଂ ରାହୁଲ ଗାନ୍ଧୀଙ୍କର ଦୀର୍ଘାୟୁ କମନା କରାଯାଇଥିଲା । ସମ୍ପ୍ରତି କୋଭିଡ଼-୧୯ ପରିପ୍ରେକ୍ଷୀରେ ଜୁନ୍ ଓ ଜୁଲାଇ ମାସରେ ଏହି ମହାମାରୀର ଅଧିକ ପ୍ରଭାବ ଅନୁଭୂତ ହେବ ବୋଲି ସରକାର କହୁଥିବାରୁ ନିକଟସ୍ଥ ରେଡ଼କ୍ରସ୍ ଛକଠାରେ ଥିବା ହରିଜନ ସାହିରେ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପସଭାପତି ବିଭୂତି ମହାପାତ୍ର, ରାଜୀବ ମହାପାତ୍ର, ଦଳିତ ସେଲ ସଭାପତି ଦୁର୍ଯ୍ୟୋଧନ ବେହେରା, ପିସିସି ସମ୍ପାଦକ ଭାସ୍କର ମହାନ୍ତି, ପ୍ରଦେଶ ମହିଳା କଂଗ୍ରେସ କୋଷାଧ୍ୟକ୍ଷା ପ୍ରତିମା କର, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ବେହେରା, ନଗର କଂଗ୍ରେସ ପୂର୍ବତନ ସଭାପତି ଦିଲ୍ଲୀପ ଦାଶ, ସାଧାରଣ ସମ୍ପାଦକ ହୃଷିକେଶ ପତି, ବିଞ୍ଝାରପୁର ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦାସ, ଆଡ଼ଭୋକେଟ୍ ନିତାଇ ଚାନ୍ଦ ମହାନ୍ତି, ଆଡ଼ଭୋକେଟ୍ ଅବଦୁଲ ସଲିମ, ଆଡ଼ଭୋକେଟ୍ ଗୋବିନ୍ଦ ଚନ୍ଦ୍ର ସାହୁ, ଅନୀଲ ମହାନ୍ତି, ବିଦ୍ୟାଧର ବାରିକ, ରଘୁନାଥ ସାହୁ, ଗଦାଧର ଦାସ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଶତପଥି, ନବକିଶୋର ଦାସ, ସାମ୍ବାଦିକ ଆଦିତ୍ୟ ମହାନ୍ତି, ସନ୍ତୋଷ ରାଉତ, ପ୍ରଶାନ୍ତ ଦାସ, ରବୀନ୍ଦ୍ର ରଣା, ଟୁବୁନା ମହାନ୍ତି ଓ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତଳିକା ଦାହ 

Posted by - January 23, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) କେନ୍ଦ୍ରସରକାରଙ୍କ କୃଷି ବିଲ ପ୍ରତିବାଦରେ ନୂଆ ଦିଲ୍ଲୀରେ ଆୟୋଜିତ ଚାଷୀ ପ୍ରତିବାଦ ସମାବେଶକୁ ଯାଉଥିବା ଓଡିଆ ଚାଷୀଙ୍କୁ ଉତର ପ୍ରଦେଶରେ ଅଟକ ରଖାଯାଇଛି ,ଯାହାର ପ୍ରତିବାଦ କରାଯାଇ ଆଜି ଯାଜପୁରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ସଂଗଠନର ଶତାଧିକ ସମର୍ଥକ କେନ୍ଦ୍ରସରକାର ଓ ଯୋଗୀ ସରକାରଙ୍କ ବିରୋଧୀ ନାରା ଦେଇ ଯାଜପୁର ସହର ପରିକ୍ରମା କରିବା ପରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତଳିକା ଦାହ କରିଥିଲେ । ଏଥିସହିତ ଓଡିଶା ଚାଷୀଙ୍କୁ ତୁରନ୍ତ ଦିଲ୍ଲୀ ଅଭିମୁଖେ ଛାଡିବା ପାଇଁ ଦାବୀ କରାଯାଇଛି ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛାତ୍ର କଂଗ୍ରେସର ଦାବୀପତ୍ର ପ୍ରଦାନ

Posted by - August 7, 2021 0
ସୋନପୁର::(ଅଜିତ କୁମାର ପୁଝାରୀ)ଷ୍ଟାଫ୍ ସିଲେକ୍ସନ କମିଶନ ରେ ଚାକିରୀ କରେଇ ଦେବା ନେଇ ଖୁବ୍ ବଡ଼ ଦୁର୍ନୀତି ହୋଇଥିବା ନେଇ ଦୁର୍ନୀତି ରେ ଜଡିତ କିରାଣୀ ଘରୁ…

ହରିପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମଜୟନ୍ତୀ ପାଳିତ

Posted by - March 9, 2020 284
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି…

ଆମ ଆଦମୀ ପାର୍ଟି ପକ୍ଷରୁ ବିଡ଼ିଓ ଙ୍କୁ ପତ୍ର ପ୍ରଦାନ

Posted by - January 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ଚୁଲିଫୁଙ୍କା ପଂଚାୟତର କନାବିରା ଗାଁର ବାର୍ଧକ୍ଯ ଭତ୍ତା , ପିଇବା ପାଣି ଆଦି ବିଭିନ୍ନ ସମସ୍ୟା ରହିଛି ।ଏଥିପ୍ରତି କାହାରି…

ବସ୍ତା ବ୍ଲକ ଅଧକ୍ଷ ନାମ ଘୋଷଣା କଲା ବିଜେଡ଼ି

Posted by - March 10, 2022 0
ବସ୍ତା:ବାଲେଶ୍ଵର ଜିଲ୍ଲା,ବସ୍ତା ବ୍ଲକର ଅଧକ୍ଷ ପଦ ପାଇଁ ନାମ ଘୋଷଣା କଲା ବସ୍ତା ବିଜେଡି।ବସ୍ତା ବ୍ଲକର ଅଧକ୍ଷ ପଦ ପାଇଁ ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା…

Leave a comment

Your email address will not be published.