କେନ୍ଦୁଝର :(ସୀତାରାମ ଦୀକ୍ଷିତ )ଯୋଡ଼ା ବନପାଳ ଅଧିନସ୍ତ ଗୁରୁବେଡା ସଂରକ୍ଷିତ ଜଙ୍ଗଲ ରେ ଦୁଇଟି ହାତୀ କୁ ହତ୍ୟା। ଗୋଟିଏ ମାଈ ହାତୀ ହୋଇଥିବା ବେଳେ ଅନ୍ୟଟି ଦନ୍ତା ହାତୀ। ଦୁର୍ବୁତ୍ତ ହତ୍ୟାକାରୀ ମାନେ ଦନ୍ତା ହାତୀ ର ଦାନ୍ତ କାଟି ନେଇଛନ୍ତି।
ଘଟଣା ସ୍ଥଳ ରେ କେନ୍ଦୁଝର ଡିଏଫଓ ସଦଳ ବଳେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଦ୍ବୟ ର ମୃତ୍ୟୁ ବିଷ ପ୍ରକ୍ରିୟା ରେ କିମ୍ବା ବିଦ୍ୟୁତ କରେଣ୍ଟ ରେ ଏହା ସ୍ପଷ୍ଟ ହୋଇନାହିଁ।ଏହି ହାତୀ ମଧ୍ୟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀଙ୍କ ମୃତଦେହ ରହିଛି । ତେବେ ହାତୀଙ୍କୁ ହତ୍ୟା କରି କେହି ଦୁର୍ବୃତ୍ତ ଅଣ୍ଡିରା ହାତୀର ଦାନ୍ତକୁ କାଟିନେଇଥିବା ସନ୍ଦେହ କରାଯାଉଛି । ଶନିବାର ରାତିରେ ହାତୀଙ୍କୁ ହତ୍ୟା କରାଯାଆଇଥିବା ସନ୍ଦେହ କରିଛି ବନ ବିଭାଗ । ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।