ଯାଜପୁର ଅଫିସ :୧୪ । ୬ମହାମାରି କରୋନା ଭୁତାଣୁ ପାଇଁ ୩ ମାସରୁ ଉର୍ଦ୍ଧ ହେବ ବରୀ ଅଂଚଳକୁ ଯାତ୍ରୀବାହି ବସ ଚଳାଚଳ ବନ୍ଦ ରହିଛି । ଯାହାଦ୍ୱାରା ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ ଓ ସଟ୍ଡାଉନ ସାଙ୍ଗକୁ ଯାତ୍ରୀବାହି ବସର କର୍ମଚାରୀମାନେ ସଂଘ ଗଠନ କରି ଦାବି ପୂରଣ ନହେଲେ କାର୍ଯ୍ୟରେ ଯୋଗ ଦେବା ନାହିଁ ବୋଲି ଚେତାବନି ଦେଇଛନ୍ତି । ଏନେଇ ବସ ଚଳାଚଳ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରାଜ୍ୟ ସରକାର ବସ ଚଳାଚଳ ପାଇଁ କେତେକ ନିୟମ ରଖି ଚଳାଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ବରୀ ଅଂଚଳୁ ଅଦ୍ୟାବଧି ଗୋଟିଏ ହେଲେ ଯାତ୍ରୀବାହି ବସ ଆସୁନାହିଁ ।
ଜରୁରୀ କାମରେ କଟକ, ଭୂବନେଶ୍ୱରକୁ ଲୋକେ ଯିବାକୁ ଚାହୁଁଥିଲେ ବି ଯାଇପାରୁ ନାହାଁନ୍ତି । ଏ ନେଇ ଦିନକୁ ଦିନ ଅସନ୍ତୋଷ ବଢିବାର ଲାଗିଛି । ତେବେ ବେସରକାରୀ ହେଉ କି ସରକାରୀ ଭାବେ ଯାତ୍ରୀବାହି ବସ ବରୀ ଅଂଚଳକୁ ଚଳାଚଳ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ଅଂଚଳକୁ ଦୈନିକ ୩୦ ରୁ ଉର୍ଦ୍ଧ ଯାତ୍ରୀବାହି ସବ ଚାଲୁଥିଲା ବେଳେ ୩ ମାସ ହେବ ଏହା ସମ୍ପୂର୍ଣ୍ଣ ବନ୍ଦ ରହିବା ଦ୍ୱାରା ବସ ଗୁଡିକରେ କଳଙ୍କି ଲାଗିଯାଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଲାଣି । ତେବେ ଏଥିପ୍ରତି ଦୃଷ୍ଟି ଦେଇ ବସ ଚଳାଚଳ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଉଛି ।