ବିଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହି ସୂଚନା ମିଳିଛି।ଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ ନୋଟିସ ହୋଇଛି ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟୁଇଟ କରାଯିବା ପରେ ଖବର ପ୍ରସାରିତ ହୋଇଥିଲା । ବିଜେଡି ନେତାଙ୍କୁ ସିବିଆଇ ନୋଟିସ ହେବା ଖବର ପ୍ରସାରିତ ହେବାର କିଛି ସମୟ ପରେ ଛତ୍ରପୁରର କର୍ପୋରେଟ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରାଯାଇଛି । ଫଳରେ ଉଭୟ ନୋଟିସକୁ ରାଜନୀତି ଦୃଷ୍ଟି କୋଣରୁ ବିଚାର କରାଯାଉଛି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ଦଳର ଦୁଇ ପ୍ରମୁଖ ଚେହେରା କୁହାଯାଉଥିବା ଅରୁଣ ଓ ଅତନୁଙ୍କୁ ସିବିଆଇ ନୋଟିସ୍, ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।ତେବେ ସିବିଆଇ ନୋଟିସ୍ ନେଇ ଏହି ଦୁଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।