ରାଜ୍ୟ ବିଜେପିର ନୂତନ କାର୍ଯ୍ୟକାରିଣୀ ଓ ପଦାଧିକାରୀ ତାଲିକା ଜାରି

335 0

ଭୁବନେଶ୍ବର :ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବା ପରେ ସାଂଗଠନିକସ୍ତରରେ ଅଦଳବଦଳ କରାଯାଇଛି। ଆପାତତଃ ସଭାପତି ସମୀର ମହାନ୍ତି ଏହି ଟିମ୍ ନେଇ ତାଙ୍କର କାର୍ଯ୍ୟ ଆଗକୁ ବଢ଼ାଇବେ।ଏଥିରେ ୧୦ ଜଣ ଉପସଭାପତିଙ୍କୁ ନିଯୁକ୍ତି ମିଳିଛି । ସାଧାରଣ ସମ୍ପାଦକ ଭାବରେ ୪ ଜଣ ସ୍ଥାନ ପାଇଛନ୍ତି ।ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବ୍ରହ୍କଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସହ ଭୃଗୁ ବକ୍ସିପାତ୍ର, ବଳଭଦ୍ର ମାଝି, ଭାସ୍କର ମଢ଼େଇ, ସୁକେଶୀ ଓରାମ, ଅନୀତା ପଟ୍ଟନାୟକ ଓ ପ୍ରଭାତୀ ପରିଡ଼ାଙ୍କୁ ଉପସଭାପତି ରୂପେ ନିଯୁକ୍ତି ଦିଆଯାଇଛି ।

ପୂର୍ବତନ ବିଧାୟକ ରବି ନାୟକ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ମାନସ ମହାନ୍ତିଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ବ ମିଳିଥିବା ବେଳେ ସୁଦର୍ଶନ ଗୋୟଲ୍ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।ଅନ୍ୟପକ୍ଷରେ କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେର ପ୍ରମୁଖ ସମୀରଙ୍କ ନୂତନ ଟିମରେ ସମ୍ପାଦକ ରୂପେ ନିଯୁକ୍ତି ପାଇଛନ୍ତି ।ବିଜେପିର ୫ ଛାମୁଆ ମୋର୍ଚାର ସଭାପତିଙ୍କୁ ମଧ୍ୟ ପରିବର୍ତନ କରାଯାଇଛି । ଯୁବନେତା ଇରାଶିଷ ଆଚାର୍ଯ୍ୟ ଯୁବମୋର୍ଚା ସଭାପତି ଭାବରେ ନିଯୁକ୍ତି ପାଇଛନ୍ତି ।

ସ୍ମୃତି ପଟ୍ଟନାୟକଙ୍କୁ ମହିଳା ମୋର୍ଚା, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚା, ସାଂସଦ ବିଶ୍ବେଶ୍ବର ଟୁଡ଼ୁ ଅନୁସୂଚୀତ ଜନଜାତି ମୋର୍ଚା, ପୂର୍ବତନ ସାଂସଦ ବିଭୁ ତରାଇଙ୍କୁ ଅନୁସୂଚୀତ ଜାତି ମୋର୍ଚା ଓ ସିକନ୍ଦର ଅଲ୍ଲୀଙ୍କୁ ସଂଖ୍ୟାଲଘୁ ମୋର୍ଚା ସଭାପତି ନିଯୁକ୍ତି ଦିଆଯାଇଛି ।ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ ଓ ଉମାକାନ୍ତ ପଟ୍ଟନାୟକ ରାଜ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ପାଇଛନ୍ତି ।

Related Post

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ

Posted by - January 21, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ। ଯାଜପୁର ଜିଲ୍ଲା ରେ ଜିଲା…

Leave a comment

Your email address will not be published.