ମୁଙ୍ଗେର ୨୮|୧: କଥା ହେବା ସମୟରେ ମହିଳାଙ୍କ ହାତରେ ମୋବାଇଲ ଫୋନ୍ ବିସ୍ଫାରଣ ହୋଇ ଫାଟିଯାଇଛି । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ମୋବାଇଲ ବିସ୍ଫୋରଣ ହେବା ଫଳରେ ମହିଳାଙ୍କ ହାତ ଏବଂ ଆଖି ପାଖରେ ଆଘାତ ଲାଗିଛି । ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଙ୍ଗେର ହବେଲି ଖଡଗପୁର ବହିରା ପଞ୍ଚାୟତର ଭଦୌରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ମହିଳା ହେଉଛନ୍ତି ଶୋଭା କୁମାରୀ । ଶୋଭାଙ୍କ ବାପା କହିଛନ୍ତି ସେ ତାଙ୍କ ସଂପର୍କୀୟଙ୍କ ସହ କଥା ହେଉଥିଲେ । କଥାବାର୍ତ୍ତା ସରିବା ସରିବା ହୋଇଥିଲା ସେ ଫୋନ୍ ରଖିବା ସମୟରେ ହିଁ ବିସ୍ଫୋରଣ ହୋଇଥିଲା । ମୋବାଇଲ ବିସ୍ଫୋରଣ ଫଳରେ ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ । ମୋବାଇଲର କିଛି ଅଂଶ ତାଙ୍କ ମୁହଁରେ ବାଜିବାରୁ ତାଙ୍କ ମୁହଁ ଆଘାତ ପାଇଥିଲା । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୋବାଇଲ ବିସ୍ଫୋରଣ ଖବର ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କୁ ଭିଡ ଜମିଥିଲା ।
