ଗଜପତି-(ପାରଳାଖେମୁଣ୍ଡି):- ଗଜପତି ଜିଲ୍ଲାରେ ଆଉ ୧୦ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥି ବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ଆକ୍ରାନ୍ତ ୧୦ ଜଣଙ୍କ ମଧ୍ୟ ରୁ ଆନ୍ଧ୍ର ପ୍ରଦେଶର-୭, ମହାରାଷ୍ଟ୍ରର ୩ ଜଣ ଆସିଥଲେ।
ଏହି ୧୦ ଜଣ ଯାକକୁ ମେ ମାସ୧୪,୧୬,୧୭ ଓ ୨୦ତାରିଖ ରେ ନାକା ପୋଏନ୍ଟ ଆଣି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇ ଥିଲା । ଏହି ୧୦ ଜଣଙ୍କୁ ଆଜି ଆର୍. ସିତାପୁର ସ୍ଥିତ କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି ।