ମଧ୍ୟପ୍ରଦେଶ :ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା। ହେଲେ ସେ ନିଜ ଭାଷଣ ପଢ଼ି ପାରିନଥିଲେ। ଦୁଇ ଧାଡ଼ି ପଢ଼ିବା ପରେ ଥଙ୍ଗ ଥଙ୍ଗ ହୋଇଥିଲେ। ଆଉ ବାକି ଭାଷଣ ଜିଲ୍ଲାପାଳ ପଢ଼ିବେ ବୋଲି କହି ପଳାଉଥିଲେ।ହେଲେ ତାଙ୍କୁ ଏସ୍ପି ଅଟକାଇବାରୁ ସେ ମଞ୍ଚରେ ରହିଥିଲେ। ଜିଲ୍ଲାପାଳ ପୁରା ଭାଷଣ ପଢ଼ିଥିଲେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
