ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେବଳ ଗତ ୫ ଦିନ ମଧ୍ୟରେ ଦେଶରେ ୪୦ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା ରେକର୍ଡ଼ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୧୦୬୭ରେ ପହଞ୍ଚିଛି ।ଏପଟେ ରାଜ୍ୟରେ ଆଜି ପୁଣି ୧୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୪୧ କରୋନା ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୧୪୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୩୧ସ୍ଥାନୀୟ ଲୋକ ହୋଇଥିବା ଜଣାପଡିଛି ।ଏହି ସ୍ଥାନୀୟ ଲୋକ ମାନଙ୍କ ର କିଛି ଟ୍ରାଭେଲ ହିଷ୍ଟ୍ରି ନ ଥିବା ଜଣା ପଡିଛି ।
ଏହି ସବୁ ପରିସ୍ଥିତି ରେ କିଛି ଲୋକ ଏବଂ କିଛି ବିଦ୍ଵାନ ସରକାର କରିଥିବା ସପ୍ତାହ ର ଶନିବାର ରବିବାର ସଟ ଡ଼ାଉନ କୁ ତଚ୍ଛଲ୍ୟ କରି ବିଭିନ୍ନ ମତ ଦେଉଛନ୍ତି ,ସେମାନେ ବୁଝି ପାରୁନାହାଁନ୍ତି କାହିଁକି ଓଡିଶାରେ ସପ୍ତାହର ଶନିବାର ଓ ରବିବାର ସଟଡାଉନ୍ କରାଯାଇଛି । କହୁଛନ୍ତି ବାର ଦେଖିକି କଣ କରୋନା ଆସୁଛିକି ?ଏମାନେ କି ଭୟଙ୍କର ଚିନ୍ତା ଲୋକଙ୍କ ମୁଣ୍ଡରେ ଭର୍ତ୍ତି କରୁଛନ୍ତି ଏବଂ ଏ ଜ୍ଞାନୀମାନେ ଗଣମାଧ୍ୟମରେ ମଧ୍ୟ କହିବାକୁ ପଛଉ ନାହାନ୍ତି । ଓଡିଶା ରେ କରୋନା ଆଉ କ୍ବାରେଣ୍ଟିନ୍ ସେଣ୍ଟରରେ ସୀମିତ ହୋଇ ରହିନାହିଁ। ଆଜି ୩୧ ଜଣ ଆକ୍ରାନ୍ତ ସ୍ଥାନୀୟ ଲୋକ। ଏମାନେ କେମିତି ସଂକ୍ରମିତ ହେଲେ ଜଣା ପଡୁ ନାହିଁ।
ସୁତରାଂ କରୋନା କମୁନିଟ୍ ସ୍ପ୍ରେଡିଂ ଆଡକୁ ଗତି କରୁଥିବା ସମ୍ଭାବନା କୁ ଏଡ଼ାଇ ଦିଆଯାଇପାରେନା।ଶୁକ୍ରବାର ସନ୍ଧ୍ଯା ୭ ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସବୁ ବନ୍ଦ ରହିଲେ ସଂକ୍ରମଣ ର ଶିକୁଳୀ କୁ ଅଟକାଇ ଭାଙ୍ଗି ହେବ । ସେଥିପାଇଁ ପାଖାପାଖି ୭୨ଘଣ୍ଟା ଚଳ ପ୍ରଚଳ ବନ୍ଦ ରହିଲେ କରୋନା ଆକ୍ରାନ୍ତଙ୍କ ସଷ୍ପର୍ଶରେ ଆସିଥିବା ବିଭିନ୍ନ ସ୍ଥାନ , ଜିନିଷ ଓ ବସ୍ତୁ ରୋଗ ମୁକ୍ତ ହୋଇଯିବ। ସେଠାରେ ଭାଇରସ୍ ଆପେ ଲୋପ ହୋଇଯିବ। ଏହା କେତେକାଂଶରେ ସଂକ୍ରମଣ କମ୍ କରିବାରେ ସହାୟକ ହେବ। ଅନ୍ୟ ପକ୍ଷରେ ସଂକ୍ରମଣର ଗତି ନିରୀକ୍ଷଣ କରିହେବ।ସରକାର ମଧ୍ୟ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ନୂଆ ଆଦେଶରେ ଜାରି କରିଛନ୍ତି । କରୋନା ଏକ ରୋଗ ଏ ସମ୍ପର୍କରେ ଚିକିତ୍ସକ , ଡାକ୍ତର ମାନଙ୍କର ମତ ନେଇ ସରକାର ନିଷ୍ପତ୍ତି ନେଇଥିବେ ନିଶ୍ଚୟ । ସରକାର ଙ୍କର ଏ ନିଷ୍ପତ୍ତି ଗ୍ରହଣ ଯୋଗ୍ଯ ବୋଲି ବହୁ ଲୋକ ମତ ପୋଷଣ କରିଛନ୍ତି ।