ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ପରେ ସହିଦ ନଗର ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ ସାମନ୍ତରାୟ ଏବଂ ସୁବ୍ରତ ବିଶ୍ବାଳ ।ଏକ ସିନେମା ହଲ୍ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ୍। ଅଭିଯୁକ୍ତମାନେ ୟୁନିଭର୍ସିଟି ଲ’ କଲେଜର ଛାତ୍ର ବୋଲି ଜଣାପଡ଼ିଛି।
ଶନିବାର ଦିନ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ମହିଳାଙ୍କୁ କେତେକ ଯୁବକ ଅଶ୍ଳୀଳ କମେଣ୍ଟ କରୁଥିବାର ଦେଖି ପ୍ରତିବାଦ କରିବାରୁ ସେହି ଯୁବକମାନେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ କପିଳେନ୍ଦ୍ର।ଦର୍ଶକମାନଙ୍କୁ ଗାଳିଗୁଲଜ କରିବା ସହ ଯୁବତୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିରେ ଅତିଷ୍ଠ ହୋଇ କିଛି ଦର୍ଶକ ସିନେମା ହଲ ଛାଡି ପଳାଇଥିଲେ ।ସେଠାରେ ଉପସ୍ଥିତ ଥିବା ପ୍ରମେୟ ସାମ୍ବାଦିକ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିଥିଲେ ଏହି ଦୁର୍ବୃତ୍ତମାନେ। ଏମାନଙ୍କ ଦାଦାଗିରି ସଂପର୍କରେ ପୋଲିସକୁ ଜଣା ଯାଇଥିଲା । ସହିଦ ନଗର ଥାନାର ପିସିଆର ଘଟଣା ସ୍ଥଳରେ ପହଁଚି କିଛି ଗଣ୍ଡଗୋଳକାରୀଙ୍କୁ ଥାନାକୁ ଆଣିଥିଲା। ହେଲେ କିଛି ସମୟ ପରେ ସେମାନଙ୍କୁ ଛାଡ଼ି ଦେଇଥିଲାଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୁଲିସ ଡିଜିଙ୍କୁ ମଧ୍ୟ ଭେଟିଥିଲା ସାମ୍ବାଦିକ ସୁରକ୍ଷା ମଞ୍ଚ। ଘଟଣାର ତଦନ୍ତ ଦାୟିତ୍ୱ ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ଜଣେ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡିଜିପି।