ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ବଢୁଛି ଅସନ୍ତୋଷ

445 4

ଚଣ୍ଡୀଖୋଲ: ୨୯/୫ ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ମାନେ ସେମାନଙ୍କର କରୋନା ସହାୟତା ବାବଦ ପ୍ରାପ୍ୟ ପାଇ ପାରୁ ନାହାନ୍ତି । ଏଥିପାଇଁ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଧର୍ମଶାଳାରେ କରୋନା ସମୟରେ ରାସନ କାର୍ଡରେ ମିଳୁଥିବା ରାସନ ସାମଗ୍ରୀ ନେଇ ବ୍ୟାପକ ଦୁର୍ନିତି ଚାଲିବା ନେଇ ଜନ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ରାସନ ଦୁର୍ନିତି ସାଙ୍ଗକୁ ଶ୍ରମିକଙ୍କ ସମସ୍ୟା ଧର୍ମଶାଳାରେ ନେତୃତ୍ୱ ଏବଂ ବ୍ୟବସ୍ଥା ବିରୋଧରେ ଅସନ୍ତୋଷକୁ ଅଧିକ ତିବ୍ର କରିବାରେ ଲାଗିଛି । ଧର୍ମଶାଳାର ଜେନାପୁରରେ ଶତାଧିକ ନିର୍ମାଣ ଶ୍ରମିକ ଏକଜୁଟ ହୋଇ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କୁ ଡକାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଥିରେ ସତୀଶ କହିଛନ୍ତି ଯେ, କୌଣସି ନିର୍ଦ୍ଧିଷ୍ଟ ନେତୃତ୍ୱ କିମ୍ବା ଜନପ୍ରତିନିଧି ତଥା ପ୍ରଶାସକଙ୍କ ମନୋମୁଖୀ ଦାୟୀତ୍ୱହୀନ ଦୁର୍ନିତିଖୋର ଆଚରଣ ପାଇଁ ସମୁଦାୟ ସରକାର କିମ୍ବା ବ୍ୟବସ୍ଥାକୁ ଦାୟୀ କରାଯାଇ ନପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ତଥା ୫ ଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ଖୁବଶିଘ୍ର ସରକାର ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯତ୍ନବାନ ହେବେ । ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସତୀଶ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସହ ସେମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏ କ୍ଷେତ୍ରରେ ଆଉ ଅଧିକ ବିଳମ୍ବ କରାଗଲେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ କରୋନାର ସାମାଜିକ ଦୂରତା ଅବଲମ୍ବନ କରାଯାଇ ଦୃଢ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥିରେ କେତେକ ଗରୀବ ଅସହାୟ, ବୃଦ୍ଧ, ବିଧବା, ବିକଳାଙ୍ଗମାନେ ଭତ୍ତା, ଆବାସ ଯୋଜନା ସହ ବିଭିନ୍ନ ପ୍ରକାର ସରକାରୀ ଯୋଜନାରୁ ବଂଚିତ ହେବା ନେଇ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଧର୍ମଶାଳାରେ ସତୀଶଙ୍କ ନେତୃତ୍ୱରେ ହେଉଥିବା ଅଭିଯାନ ବିଭିନ୍ନ ଗାଁରେ ପହଞ୍ôଚ ଗରୀବଙ୍କ ନିକଟରେ ସରକାରୀ ଯୋଜନାର ସୁବିଧା ପହଂଚାଇବା ପାଇଁ ଉଦ୍ୟମ କରାଯାଉଛି ।

Related Post

ଅଣ୍ଟା ଭିଡିଲା ମହିଳା ସଂଘ, ଶତାଧିକ ମହିଳାଙ୍କ ରାଲି ତହସିଲଦାରଙ୍କୁ ଦାବିପତ୍ର

Posted by - July 13, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଛତ୍ରଙ୍ଗପଞ୍ଚାୟତ ଖରଭୁଇଁ ଠାରେ ପ୍ରଶାସନ ର ଅନୁମତି କ୍ରମେ ଛତୁଫୁଟିଲା ଭଳି କ୍ରସର ଗଢି ଉଠିଥିବା ବେଳେ , ଅଂଚଳରେ ଦିନକୁ…

ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାଡମାରିବା ଘଟଣାରେ ଅଭିଯୋଗ ଦେଲା ପୁରୀ ଜ଼ିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ

Posted by - May 4, 2020 0
ପୁରୀ :(ସମୀର ରଞ୍ଜନ ନାୟକ)ମହାବାତ୍ୟା ଫନି ର ବର୍ଷେ ପୁରୁଥିବା ବେଳେ ବାଲୁଖଣ୍ଡ ଅଭେୟାରଣ୍ୟ ର ସ୍ଥିତି ଏବଂ ପରିସ୍ଥିତି କୁ ନେଇ ଗଣମାଧ୍ୟମ ପ୍ରତିନିଧି ଫୋଟୋ…

ସମ୍ବଲପୁର ରେ ପାଣି ସ୍ମାର୍ଟ ମିଟର ଲଗାଇବା ପ୍ରସଙ୍ଗରେ ଜନ ସ୍ୱାସ୍ଥ୍ୟ ବିଭାଗ ଓ ଓକିଲ ସଂଘ ମଧ୍ୟରେ ବିବାଦ

Posted by - November 6, 2022 0
ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହରରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କ ଘରେ ପ୍ରିପେଟ ସ୍ମାର୍ଟ ମିଟର ଲଗାଇବା ପ୍ରସଙ୍ଗର ବିବାଦ ଥମିବାର ନା ନେଉନାହିଁ l…

ଖପ୍ରାଖୋଲ ରେ ବିଭିନ୍ନ ଯୋଜନା ର ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

Posted by - November 19, 2022 0
ଖପ୍ରାଖୋଲ: ୧୮/୧୧ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସହ ବିଭିନ୍ନ ଯୋଜନା ର…

ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା, ଗାଁ ଗାଁ ବୁଲି ସର୍ଭେ ବେଳେ ଟଳିପଡିଲେ ଅଙ୍ଗନଓ୍ବାଡୀ କର୍ମୀ

Posted by - May 5, 2020 0
କେନ୍ଦୁଝର ୫।୫: (ସୀତାରାମ ଦୀକ୍ଷିତ )କେନ୍ଦୁଝରରେ ଜଣେ କୋରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ…

There are 4 comments

  1. I was lucky enough to stumble upon this site while surfing the internet and found something very interesting there. I really enjoy reading it. I enjoyed it a lot. Thanks for sharing this wonderful information 먹튀검증

  2. I always find and read your articles. I think you are really trying to share your knowledge and thoughts. I understand how hard it can be to write a blog post. I want to applaud your efforts. I’d love to see your article. I will bookmark it. Thank you. https://totoilmi.com/

Leave a comment

Your email address will not be published.