ଭୁବନେଶ୍ବର:କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ତାଙ୍କ ନା ରଖିଥିବା ଜାଣିବା ପରେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଗୀତା ।ହେଲେ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ପଦ୍ମ ପୁରସ୍କାର ପ୍ରଦାନ ପୂର୍ବରୁ ଗୀତାଙ୍କ ସହ ଆଲୋଚନା କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ଦୁହିଁଙ୍କ ଭିତରେ ୯୦ମିନିଟ ଧରି ଚର୍ଚ୍ଚା ହୋଇଥିଲା ।ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ବିତର୍କ ।ପୁରସ୍କାରକୁ ସମ୍ମାନ କରୁଛି କିନ୍ତୁ ଯେଉଁ ସମୟରେ ଏହା ଘୋଷଣା ହୋଇଛି ତାହା ଗ୍ରହଣ କରିହେବ ନାହିଁ । ଏହା କହି ପଦ୍ମଶ୍ରୀ ସମ୍ମାନକୁ ନା କରିଦେବା ପରେ ଏହାକୁ ନେଇ ଏବେ ନାନା ଚର୍ଚା । ମୋଦି ଏବଂ ରାଜ୍ୟ ବିଜେପିର ନବୀନଙ୍କୁ ଘନଘନ ଟାର୍ଗେଟ ବୋଧହୁଏ ଭଉଣୀ ଗୀତା ମେହେଟାଙ୍କୁ ଦେଶର ଏହି ସମ୍ମାନସ୍ପଦ ପୁରସ୍କାର ଗ୍ରହଣ ନକରିବାକୁ ବାଧ୍ୟକରିଛି ବୋଲି କୁହାଯାଉଛି ।
ସୂଚନା ଅନୁସାରେ ଏହାପରେ ଗୀତାଙ୍କ ଫୋନ ନମ୍ବର ଆଣିବା ପାଇଁ ପ୍ରୟାସ କରିଥିଲା ଆମେରିକାରେ ଥିବା ଭାରତୀୟ ଦୂତାବାସ । ଏହାପରେ ଗୀତା ମେହେଟ୍ଟାଙ୍କ ସହ ଆଲୋଚନା କରି ଭାରତ ଆସିଲେ ସାକ୍ଷାତ କରିବା ପାଇଁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ । କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଚର୍ଚ୍ଚା କରିଥିଲେ ଗୀତା ମେହେଟ୍ଟା । ଏପରିକି ୨୦ମିନିଟ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୯୦ ମିନିଟ ଧରି ଚର୍ଚ୍ଚା ଚାଲିଥିଲା ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।