କଂଗ୍ରେସ ବିଧାୟକ ଯୋଗେଶ ସିଂ ନିଲମ୍ୱିତ

1150 0

ବିଜେଡିକୁ ଖୋଲା ପ୍ରଶଂସା ଓ ହାଇକମାଣ୍ଡଙ୍କ ସଂପର୍କରେ ମନ୍ତବ୍ୟ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କୁ ଅନୁରୂପ ପରିସ୍ଥିତିକୁ ଟାଣି ନେଇଛି।କଂଗ୍ରେସ ଓ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେବା ପରେ ପରେ େଯାଗେଶଙ୍କୁ ନିଲମ୍ବନ କରାଯିବା ଘଟଣା ରାଜ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ନିର୍ବାଚନ ବର୍ଷରେ କଂଗ୍ରେସ ଦଳ ବିଶୃଙ୍ଖଳାକାରୀଙ୍କୁ ଠିକଣା ପ୍ରତିଜବାବ ଦିଆଯିବା ଭଳି କଠୋର ଆଭିମୁଖ୍ୟ ପ୍ରକଟ କରି ବାର୍ତା େଦଇଛି େଯ ନିର୍ବାଚନ ବର୍ଷରେ ହାଇକମାଣ୍ଡ କାହାକୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ନବ ଦାସଙ୍କ ସଂପର୍କରେ ପ୍ରତିକ୍ରିୟା ଦେବା ବେଳେ ଛତିଶଗଡ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଦଳ ଛାଡିବା ସଂପର୍କେର ସୂଚାଇଥିଲେ।  ନିଲମ୍ବନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା େଦଇ ଯୋଗେଶ କହିଛନ୍ତି, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥିପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ ମନ୍ତବ୍ୟ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଯୋଗେଶ।

Related Post

ଜୁନାଗଡ ପର୍ଯ୍ୟନ୍ତ ହେବ ଜୟପୁର ନବରଙ୍ଗପୁର ରେଲପଥର ସମ୍ପ୍ରସାରଣ :-କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Posted by - April 25, 2022 0
ଭୁବନେଶ୍ବର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲାକାନଗିରି ଗସ୍ତରେ ଆସିଥିବା ସମୟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ରେଲପଥ…

There are 1 comments

Leave a comment

Your email address will not be published.