ଭୁବନେଶ୍ୱର: ପ୍ରଥମ ସିଟିଂ ପ୍ରଶ୍ନପତ୍ର ଲିକ୍ ପରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡର ସଂପାଦକ ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି।
ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସରକାରୀ ବାସଭବନ ଆଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିଡ ଓ ହିଂସାକୁ ଦୃଷ୍ଟିରେ ପୁଲିସ ହସ୍ତକ୍ଷେପ କରିବା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ ଏବିଭିପିର ୨୦ ଜଣ କର୍ମୀଙ୍କୁ ଅଟକ ରଖିଛି।ତେବେ ଆଜି ସକାଳୁ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚାହେଉଥିବା ବେଳେ ପ୍ରଶ୍ନ ପତ୍ରର ସେଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାଯାଇଛି।
Facebook Notice for EU!
You need to login to view and post FB Comments!