ଝାରସୁଗୁଡା ବିଧାୟକ ନବ ଦାସଙ୍କୁ ନେଇ ଅନେକ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନବ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଆଜି ସଂଧ୍ୟାରେ ପିସିସି ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହେବାର ଥିଲା । ନବ ଆଗରୁ ଜାଣିସାରିଥିଲେ ଯେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥାନ୍ତା । ତେଣୁ ସେ ଆଗୁଆ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ତେବେ ଇସ୍ତଫା ପତ୍ର ଗ୍ରହଣ କରିବା ପୂର୍ବରୁ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି ।ନବ ବାରମ୍ବାର କହୁଥିଲେ ଯେ, ସେ କଂଗ୍ରେସ ଛାଡିବେ ନାହିଁ । ବରଂ ୨୦୧୯ ନିର୍ବାଚନରେ ସେ ହାତ ଚିହ୍ନରେ ହିଁ ଲଢିବେ । ଏଭଳି ମନ୍ତବ୍ୟ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡିରେ ଯୋଗଦେବା ନେଇ ନବ ଝାରସୁଗୁଡା ଜିଲ୍ଲା ବିଭିନ୍ନ କର୍ମୀ ସମ୍ମିଳନୀରେ ଆଲୋଚନା କରୁଥିବା କଥା ପଦାକୁ ଆସିଥିଲା । ଏହାପରେ ନବ ଦାସ ବାଧ୍ୟ ହୋଇ ଗଣମାଧ୍ୟମକୁ ସେ ବିଜେଡିରେ ଯୋଗଦେବା ପାଇଁ ମନସ୍ତ କରିଥିବା ପ୍ରକାଶ କରିଥିଲେ ।ଝାରସୁଗୁଡା ବିଧାୟକ ନବ ଦାସ ପିସିସି କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ଏହି ଇସ୍ତଫା ପରେ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି । ନିଜ ଇସ୍ତଫା ପତ୍ରରେ ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବା କଥା ଉଲ୍ଲେଖ କରିଛନ୍ତି। ଏଥିସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କୌଣସି ମତଭେଦ ନଥିବା ବି ସେ ସର୍ବସମ୍ମୁଖରେ ଜଣାଇ ଦେଇଛନ୍ତି।

କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ; ବିଜୁ ଜନତା ଦଳରେ ଯୋଗ ଦେବେ
Facebook Notice for EU!
You need to login to view and post FB Comments!