Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ସରକାର କା ମାଲ ଦରିଆ ମେ ଡାଲ,କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଅଳିଆଗଦାରେ

1418 84

ସମ୍ବଲପୁର:ଟ୍ରାକ୍ଟର ଡାଲାରେ ଲଦା ହୋଇ କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଖତଗଦାରେ ଫିଙ୍ଗାଯାଉଛି । ହେଲେ ଏସବୁ ଉପରେ ସ୍ଥାନୀୟ ପ୍ରଶାସନର ନଜର ନାହିଁ । ସମ୍ବଲପୁର ସହରରରେ ପ୍ରଶାସନିକ ଅଧିକାରୀଙ୍କ ପରିଚାଳନାଗତ ଦୂରଦର୍ଶିତା ଅଭାବରୁ ପ୍ରାୟ ୩ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଆହାର ଭାତ-ଡାଲମାକୁ ଖତ ଗଦାରେ ଫିଙ୍ଗା ଯାଇଛି। ଏଣେ ଭାତ ଫିଙ୍ଗା ଦୃଶ୍ୟକୁ ମୋବାଇଲରେ କଏଦ କରିବା ସହ ଏହାକୁ ନେଇ ସମ୍ବଲପୁର ସହରର କିଛି ଆଇନଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ସହରାଞ୍ଚଳରେ ଗରିବ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଯୋଗାଇବାକୁ ସରକାର ଆହାର ଯୋଜନା କରିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ଏହି ଯୋଜନାରୁ ଅନେକ ଲୋକ ଉପକୃତ ବି ହେଉଛନ୍ତି ।ହେଲେ ସମ୍ବଲପୁରରେ ଆହାର ଯୋଜନା କେମିତି ଚାଲିଛି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ଲୋକଙ୍କ ପେଟର ଦାନା ବଦଳରେ ଏହାକୁ ଡମ୍ପି ୟାର୍ଡରେ ଫିଙ୍ଗିଛନ୍ତି ସମ୍ବଲପୁରରେ ଆହାର ଯୋଗାଣ କରୁଥିବା ମାନ୍ନା ଟ୍ରଷ୍ଟ୍ କର୍ତ୍ତୃପକ୍ଷ। ମାନ୍ନା ଟ୍ରଷ୍ଟ ପକ୍ଷରୁ ଏଭଳି ଟ୍ରିପ୍ ଟ୍ରିପ୍ ଖାଦ୍ୟ ଫିଙ୍ଗାଯିବା ବେଳେ ସମ୍ବଲପୁର ସହରର କିଛି ଆଇନଜୀବୀ ଏହି ଦୃଶ୍ୟ ଦେଖି ଏହାକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ।ଏହି ଘଟଣା ପ୍ରଘଟ ହେବା ପରେ ଆମ କ୍ୟାମରା ଟିମ୍ ଭାତ ସଂଗ୍ରହ ହୋଇଥିବା ଆହାର କେନ୍ଦ୍ରକୁ ଯାଇଥିଲା। ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀ ଭାତ ଫିଙ୍ଗା ଘଟଣାକୁ ସ୍ୱୀକାର କରିବା ସହ ୟା ପଛରେ କାରଣ ବି ଦର୍ଶାଇଥିଲେ।ସେ କହିଥିଲେ, ଦୁଇ ଦିନ ଧରି ଭାରତ ବନ୍ଦ୍ ଆନ୍ଦୋଳନ ଯୋଗୁ ସହରରେ ୫ଟି ଆହର କେନ୍ଦ୍ରକୁ ଲୋକଙ୍କ ଆତଯାତ କମ୍ ଥିଲା। ତେଣୁ ପ୍ରଥମ ଦିନ ପ୍ରାୟ ୧୫ ଶହ ଓ ଦ୍ୱିତୀୟ ଦିନରେ ବି ପ୍ରାୟ ୧୫ ଶହ ଲୋକଙ୍କ ପାଇଁ ଏମିତି ୨ ଦିନରେ ପ୍ରାୟ ୩ ହଜାର ଲୋକଙ୍କ ଖାଦ୍ୟ ବଳକା ରହିଯାଇଥିଲା।

ଲୋକେ ଖାଉନାହାନ୍ତି, ଖତଗଦାରେ ପଡ଼ୁଛି ଆହାର । ହେଲେ ଏଥିରେ କ୍ଷତି କାହାର ହେଉଛି ? ଏ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ, ଆହାର ପାଇଁ ରନ୍ଧା ଖାଦ୍ୟ ଯୋଗାଉଥିବା ସଂସ୍ଥା କହୁଛି ଅର୍ଡ଼ର ଅନୁସାରେ ଆମେ ଖାଦ୍ୟ ଯୋଗାଉଛୁ ଆଉ ପଇସା ନେଉଛୁ । ଆମର କିଛି କ୍ଷତି ହେବାର ନାହିଁ ।ଯଦି ଖାଦ୍ୟ ଯୋଗାଉଥିବା ସଂସ୍ଥାର କ୍ଷତି ହେଉନି, ତାହେଲେ ଏମିତି ଖାଦ୍ୟ ନଷ୍ଟ ହେଲ ସେ କାହିଁକି ଚିନ୍ତା କରିବେ । ଏମିତିରେ ଯେହେତୁ ଆହାର ପାଇଁ ସରକାର ଅର୍ଥ ଦେଉଛନ୍ତି, ତେଣୁ ସରକାରଙ୍କ କ୍ଷତି ହେଉଛି ।

Related Post

ମମିତା ମେହେର ମୃତ୍ୟୁ ଘଟଣାର ପ୍ରତିବାଦ ରେ ବି ଜେ ପି ପକ୍ଷରୁ ଧାରଣା

Posted by - November 8, 2021 0
ଖପ୍ରାଖୋଳ:( ତାପସ ରଂଜନ ବେହେରା) ବଲାଙ୍ଗିର ଜିଳ୍ଳା ଖପ୍ରାଖୋଳ ବ୍ଳକ ବି ଜେ ପି ଦଳ ପକ୍ଷରୁ ମମିତା ମେହେର ଙ୍କୁ ନୃସଂଶ ଭାବେ ହତ୍ୟା କରି…

ହୀରାକୁଦ ଜଳଭଣ୍ଡାର ରୁ ୪୦ ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ ପରେ ସମ୍ବଲପୁର ସହର ତଳି ଅଞ୍ଚଳରେ ସୄଷ୍ଠି ହୋଇଛି କୄତିମ ବନ୍ୟା

Posted by - August 17, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ) ହୀରାକୁଦ ଜଳଭଣ୍ଡାର ରୁ ୪୦ ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ ପରେ ସମ୍ବଲପୁର ସହର ରେ ତଳି ଅଞ୍ଚଳରେ ସୄଷ୍ଠି ହୋଇଛି…

There are 84 comments

  1. Pingback: acheter ozempic en ligne sans ordonnance,

  2. Pingback: mushroom chocolate bar australia

  3. Pingback: health tests

Leave a comment

Your email address will not be published.