ଭୁବନେଶ୍ୱର : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୪୮ଘଣ୍ଟା ଭିତରେ ରାଜ୍ୟରେ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୨ଜଣ କେବଳ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଫଳରେ ସର୍ବାଧିକ କରୋନା ସଂକ୍ରମିତ ତାଲିକାରେ ଏବେ ଖୋର୍ଧାକୁ ଟପି ଯାଇଛି ଯାଜପୁର। ଏଠାରେ ଏବେ ୪୮ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି।ଯାଜପୁର ଜିଲ୍ଲା ର କଟିକଟା ଆଞ୍ଚଲ ରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଏହା ହଟ୍ସପଟ୍ ପାଲଟିଛି । ଏଥିପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ବଢି ଯାଇଛି । ଏଠାରେ ଲୁଚି ଛାପି ପଳେଇଆସିଥିବା ପଶ୍ଚିମ ବଙ୍ଗ ଫେରନ୍ତା ଙ୍କୁ ଗୃହ ବନ୍ଦୀ ରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଥିଲା ,ଯାହା ସେମାନେ ମାନି ନଥିଲେ,ଯାହା ଫଳରେ ସେଠାରେ ଦ୍ରୁତ ଗତି ରେ ବଢି ଚାଲିଥିଲା ଆକ୍ରାନ୍ତ ଙ୍କ ସଂଖ୍ୟା । ଅନ୍ୟ ପକ୍ଷ ରେ ଅଧିକାଂଶ ଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଦେଉଁ ଥିବାରୁ ଘର ଲୋକ ମଧ୍ୟ ତାଙ୍କୁ ଚିହ୍ନଟ କରି ପାରି ନଥିଲେ।ଲକ୍ଷଣ ନ ଦେଖା କାରଣ ରୁ ସେଠାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବାର ଲକ୍ଷ କରାଯାଉଛି। ଏବେ ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦ ଥିବା ବେଳେ କେଉଁ ରାଜ୍ୟ ରେ କେତେ ଆକ୍ରାନ୍ତ ଅଛନ୍ତି ଟିକେ ନଜର ପକେଇ ଦିଅନ୍ତୁ।
ଜିଲ୍ଲା ର ନାମ | ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା | ଏବେ ଯାଏ ସୁସ୍ଥ ହୋଇଛନ୍ତି | ଏବେ ସକ୍ରିୟ ଅଛନ୍ତି | କୋରୋନା ମୃତ୍ୟୁ ହୋଇଛି |
ଯାଜପୁର | ୪୮ | ୦୧ | ୪୭ | ୦୦ |
ଖୋର୍ଦ୍ଧା | ୪୭ | ୩୧ | ୧୫ | ୦୧ |
ବାଲେଶ୍ୱର | ୨୦ | ୦୩ | ୧୭ | ୦୦ |
ଭଦ୍ରକ | ୧୯ | ୦୯ | ୧୦ | ୦୦ |
ସୁନ୍ଦରଗଡ଼ | ୧୦ | ୦୫ | ୫ | ୦୦ |
ଗଞ୍ଜାମ | ୦୨ | ୦୦ | ୦୨ | ୦୦ |
ବଲାଙ୍ଗିର | ୦୨ | ୦୦ | ୦୨ | ୦୦ |
କେନ୍ଦ୍ରାପଡ଼ା | ୦୨ | ୨ | ୦୦ | ୦୦ |
କୋରାପୁଟ | ୧ | ୦୦ | ୦୧ | ୦୦ |
ଝାରସୁଗୁଡ଼ା | ୦୨ | ୦୦ | ୦୧ | ୦୦ |
ଦେବଗଡ଼ | ୦୧ | ୦୦ | ୦୨ | ୦୦ |
କେନ୍ଦୁଝର | ୦୧ | ୦୦ | ୦୧ | ୦୦ |
କଳାହାଣ୍ଡି | ୦୨ | ୦୨ | ୦୦ | ୦୦ |
କଟକ | ୦୧ | ୦୧ | ୦୦ | ୦୦ |
ଢେଙ୍କାନାଳ | ୦୧ | ୦୧ | ୦୦ | ୦୦ |
ପୁରୀ | ୦୧ | ୦୧ | ୦୦ | ୦୦ |
ମୋଟ ହେଲେ | ୧୬୦ | ୫୬ | ୧୦୩ | ୦୧ |