ଯାଜପୁର କୁ ବାହାରୁ ଆସିବେ ୫୦ ହଜାର ,ପଞ୍ଜୀକୃତ କରିଲେଣି ୩୨ ହଜାର

1243 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ ଅଦ୍ୟାବଧି ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ବର୍ତମାନ ଜଣେ କଟକ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୭ ଜଣ କଳିଙ୍ଗ ନଗରସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ସୁସ୍ଥ ହୋଇଥିବା ଜଣକ ଦିଲ୍ଲୀ ନିଜାମୁିଦିନ ଲିଙ୍କ ରହିଥିବା ବେଳେ ଅନ୍ୟ ୧୮ଜଣଙ୍କର ପଶ୍ୱିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହାକୁ ନେଇ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ଅଧିକ ନଜର ରଖାଯାଇଛି । ଆଜିସୁଦ୍ଧା ୧୨ଶହରୁ ଉର୍ଦ୍ଧ ପଶ୍ୱିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନମୁନା ପରିକ୍ଷା କରାଯାଇଛି ।

ଚିହ୍ନଟ ପ୍ରକ୍ରିୟାରୁ ବାଦ ପଡିଥିବା ପଶ୍ୱିମବଙ୍ଗ ଫେରନ୍ତାଙ୍କୁ ଠାବ କରିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ବାହାର ରାଜ୍ୟରୁ ଜିଲ୍ଲାକୁ ଆସିବା ଲାଗି ବର୍ତମାନ ସୁଦ୍ଧା ୩୨ ହଜାରରୁ ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି । ଏହି ସଂଖ୍ୟା ପାଖାପାଖି ୫୦ ହଜାର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ବାହାର ରାଜ୍ୟରୁ ଫେରିବା ପରେ ଏମାନଙ୍କୁ କ୍ୱାରେନଟାଇନରେ ରଖିବା ଲାଗି ଜିଲ୍ଲାରେ ୪୩୬ଟି କ୍ୱାରେନଟାଇନ ସେଂଟର ଖୋଲାଯାଇଛି । ଆଗକୁ ଏମାନଙ୍କ ଲାଗି କ୍ୱାରେନଟାନ ସେଂଟରକୁ ଆହୁରି ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Related Post

ଭାରତୀୟ ଆଇନଜୀବୀ ପରିଷଦର ଆହ୍ବାନରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାର ଆସୋସିଏସନ

Posted by - February 12, 2019 0
କଟକ ୧୨|୨:ଭାରତର ପ୍ରତ୍ୟେକ ବାର ଆସୋସିଏସନ ପାଇଁ ଅତ୍ୟାବଶୀୟ ଘର, ଅତ୍ୟାବଶକୀୟ ସରଂଜାମ, ଲାଇବ୍ରେରୀ, ଇଣ୍ଟରନେଟ, ଟଏଲେଟ ଏବଂ ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା,…

Leave a comment

Your email address will not be published.