ଡୁବୁରି :୨୦୦୬ ଜାନୁଆରି ୨ ଗୁଳିକାଣ୍ତରେ ମୃତକଙ୍କ ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ ସକାଳେ ବୀରଭୂମି ଆମ୍ବଗଡିଆ ଠାରେ ଦରି ଦୁଲସନମ ଅନୁଷ୍ଠିତ ହୋଇଥିଲା। ଏହାପରେ ହଇରାଚାମ ଓ ସୁଦୁସାପା କାର୍ଯ୍ୟକ୍ରମ କରାଯାଇ ଗୁଳିକାଣ୍ତ ସ୍ଥଳ ଚମ୍ପାକୋଇଲା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବୀରଭୂମି ଆମ୍ବଗଡିଆ ଠାରେ ପହଞ୍ଚିଥିଲା। ଆଦିବାସୀଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟରେ ମୃତକଙ୍କୁ ଲାଲ ସଲାମ ସହ ପତାକା ଉତ୍ତୋଳନ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବିସ୍ଥାପନ ବିରୋଧୀ ଜନମଞ୍ଚର ସଭାପତି ଅମର ସିଂହ ବାନରାଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ହୋଇଥିଲା। ଉଭୟ ବିସ୍ଥାପନ ବିରୋଧୀ ଏବଂ ସପକ୍ଷବାଦୀ ଏକାଠି ହୋଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ପ୍ରତିବାଦ ସଭାରେ କଟା ପାପୁଲିର ଡିଏନଏ ଟେଷ୍ଟ ସହିତ ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ପୁନଃ ପ୍ରକାଶ ପାଇଁ ଦାବି କରିଛନ୍ତି।

http://www.kusakzemin.com