Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

୫ ତାରିଖ ହେବ ଭାଷଣ ଲଢେଇ,ପୁରୀରେ ନବୀନଙ୍କ ମହିଳା ସମାବେଶକୁ ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ

914 0

ଭୁବନେଶ୍ବର ୪|୧: ଆସନ୍ତାକାଲି ବିଜେଡି ଓ ବିଜେପି ଭିତରେ ହେବ ଲଢ଼େଇ । ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁରୀରେ ନବୀନ ଶକ୍ତି ପ୍ରଦର୍ଶନ । ଗୋଟିଏ ଦିନରେ ଦୁଇ ଦୁଇଟା ହାଇଭୋଲଟେଜ୍ ସଭା ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସୁଥିବା ବେଳେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶ ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ସ୍ୱାଭିମାନ ସମାବେଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି। ତେବେ ଖୋର୍ଦ୍ଧାରେ ଅପେକ୍ଷାକୃତ ନରମ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମୋଦି ବାରିପଦାରେ କଣ କହିବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଖୋର୍ଦ୍ଧା ସମାବେଶ ମୋଦି ଯାହା ପ୍ରଶ୍ନ ପଚାରିଥିଲେ ତାର ଜବାବ ରଖି ନବୀନ କାଉଣ୍ଟର ଚ୍ୟାଲେଞ୍ଜ କରିଛନ୍ତି । ପୁରୀରେ ୫୦ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏକାଠି କରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୫ରେ ବାରିପଦା ଯିବେ ନାହିଁ ବୋଲି ଶୁକ୍ରବାର ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନବୀନ ପଟ୍ଟନାୟକ ଶନିବାର ବାରିପଦାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ହେବେ ନାହିଁ।

ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍‌ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଏଲପିଜି ପାଇପ୍‌ଲାଇନ୍‌ର ଲୋକାର୍ପଣ ସାମିଲ ରହିଛି। ସେହିପରି ରେଲଲାଇନ ଦୋହରୀକରଣ, ବାଲେଶ୍ୱରରେ ଲଜିଷ୍ଟିକ ହବ, ହରିପୁରରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦିର ଲୋକାର୍ପଣ କରିବେ।ପୁରୀର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି।

ମୋଦିଙ୍କ ଗସ୍ତକୁ କାଉଣ୍ଟର୍ କରିବା ଲାଗି ବିଜେଡି ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବ। ସିଡ୍ ମନି ବାବଦକୁ ମହିଳା SHGଗୁଡ଼ିକୁ ନବୀନ ୧୫ ହଜାର ଓ ସ୍ମାର୍ଟ ଫୋନ୍ ପାଇଁ ୩ ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ।

Related Post

ମମିତା ହତ୍ୟାକାଣ୍ଡ ଘଟଣା ର ଅନୁଧ୍ଯାନ ପାଇଁ କଳାହାଣ୍ଡି ରେ ମହିଳା କମିଶନ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ର ତଦନ୍ତ ପାଇଁ ରାଜ୍ଯ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଙ୍କ ସହ…

There are 1 comments

Leave a comment

Your email address will not be published.