ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କୋରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରୁ କେତେକ ସୁପର ସ୍ପ୍ରେଡର ହେବାର ଆଶଙ୍କା ରହିଥିବା ରୁ ଚିନ୍ତା ରେ ଜିଲା ପ୍ରଶାସନ। ଯାଜପୁର ରେ ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟପାଳ ଙ୍କ ସଚିବ ପି କେ ମେହେର୍ଦ୍ଦା ଙ୍କୁ କୋବିଡ଼ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଗତ କାଲି ଶ୍ରୀ ମେହେର୍ଦ୍ଦା ରାତିରେ ଯାଜପୁର ରେ ପହଂଚି ଜିଲା ସ୍ତରୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଜିଲାପାଳ ରଂଜନ ଦାସ ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏଥିରେ ମୂଖ୍ୟତଃ ଜିଲାର ୩୧୧ ପଞ୍ଚାୟତରେ ଥିବା ଆଇସିଲେସନ କେନ୍ଦ୍ର କୁ ପୂର୍ଣ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମେହେର୍ଦ୍ଦା ପରାମର୍ଶ ଦେଇଥିଲେ। ରାଜ୍ୟ ବାହାରରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଏହି କେନ୍ଦ୍ର ରେ ରଖିବାକୁ ପ୍ରତ୍ୟେକ ସରପଞ୍ଚ ଙ୍କ ସହଯୋଗ କାମନା କରିଥିଲେ।ଆଜି ଶ୍ରୀ ମେହେର୍ଦ୍ଦା କଳିଙ୍ଗ ନଗର ଟାଟା ମେଡିକା କୋବିଡ଼ ହସ୍ପିଟାଲ କୁ ପରିଦର୍ଶନ କରିବାକୁ ଯିବେ। ରୋଗୀ ଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଓ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରିବେ।