ପୁରୀ:(ସମୀର ରଞ୍ଜନ ନାୟକ)କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟା ରେ ସମୁଖୀନ ନ ହୁଅନ୍ତି , ଏହାକୁ ନିଶ୍ଚିନ୍ତ କରିବା ପାଇଁ ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ବାଇଁ ନେତୃତ୍ୱରେ ଆଜି ମତମତ୍ ପୁର ଠାରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ହେଡକ୍ୱାଟର୍ସ) ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉଚ୍ଛାୟିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜିବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ସୁଭାଷିସ ଖୁଣ୍ଟିଆ, ଜିଲ୍ଲା ବିଜୁ ଯୁବ ଜନତା ର ଉପସଭାପତି ଅରୁଣ କୁମାର ମିଶ୍ର, ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ବିଜୟ ଦଳାଇ, ଯୁବ ନେତା କୃଷ୍ଣ ଚନ୍ଦ୍ର ରାଉତ, ରଞ୍ଜୟ ପଟ୍ଟନାୟକ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଅମୁଲ୍ୟ କୁମାର ଜେନା, ବ୍ରହ୍ମଗିରି ପଞ୍ଚାୟତ ର ସମିତି ସଭ୍ୟ ଯୁଯିଷ୍ଠିର ନାୟକ ଯୋଗଦେଇ ଥିଲେ