ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ମାଉଣ୍ଟ ପେଟ୍ରୋଲ ପମ୍ପ ସାମ୍ନା ରେ ଥିବା ଦୁଧାଇ ନାଳ ରେ ଘାସ ଖାଉଥିବା ସମୟରେ କୌଣସି କାରଣ ବଶତଃ ଗଳିପଡିଥିଲେ । ନାଳରେ ଲଟା ଆଉ ନାଗ ଦଳରେ ନାଳଟି ଭର୍ତି ଥିବାରୁ ସେଠାରେ ଗାଈ ଦୁଇଟି ଫସି ଯାଇଥିଲେ। ରାସ୍ତା ରେ ଯାଉଥୁବ ଦୁଇ ସମାଜ ସେବୀ ସନ୍ତୋଷ ଦାଶ ଏବଂ ତାଙ୍କ ସହଯୋଗୀ ଏହା ଦେଖି ଗାଈ ଦୁଇଟିକୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ ।
ପରେ ଗାଈ ଦୁଇଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟ ପ୍ରାୟ ୨୫ ମିନିଟ୍ ପରେ ଗାଈ ଦୁଇଟି କୁ ଉପରକୁ ଆଣିଥିଲେ ଦୁଇ ସମଜ୍ ସେବୀ ଙ୍କ ଏଭଳୀ ମହତ୍ କାର୍ଯ୍ୟ କୁ ସ୍ଥାନୀୟ ଲୋକେ ଅଶେଷ ପ୍ରଶଂସା କରିଛନ୍ତି । ଏ ପରି ସମାଜ ସେବା ପାଇଁ ସବୁ ବେଳେ ଆଗଭର ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।