ଭୁବନେଶ୍ୱର:୧୯ା୪(ବ୍ୟୁରୋ) ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ ଅର୍ଥାତ୍ ୧୦ ଦିନ ଭିତରେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଛି। ଭାରତରେ ପଜିଟିଭ୍ ସଂଖ୍ୟା ୩ ଗୁଣ ହୋଇ ୧୫ ହଜାରରେ ପହଞ୍ଚିଲାଣି। ଏପରିକି ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି।ଗାଁ କରୋନା ସ୍ଥିତିକୁ ତଦାରଖ କରିବା ପାଇଁ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବେ।ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ। କ୍ୱାରେଣ୍ଟାଇନ୍ ଅବଧି ସରିଲେ ୨ ହଜାର ଟଙ୍କା ସହାୟତା ମିଳିବ।
ଠିକରେ କାର୍ଯ୍ୟକାରୀ କରିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି।ତେବେ ରାଜ୍ୟ ସରକାରଙ୍କ କରୋନା ବିରୋଧୀ ଲଢେଇ ଯୋଗୁଁ ଏହା ସମ୍ଭବ ହୋଇଥିବା ବେଳେ ଏଥିପାଇଁ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ଅଭିଯାନରେ ସହଯୋଗ ଓ ତ୍ୟାଗ ଲାଗି ପ୍ରତିଟି ଓଡିଆ, ପ୍ରତି ପରିବାର ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏ ଲଢେଇ ଏକ ଲମ୍ବା ଲଢେଇ ଏବଂ ଆଗକୁ ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ସେ କହିଛନ୍ତି।ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ବାହାର ଫେରନ୍ତା ନିଜର ପଞ୍ଜିକରଣ କରିବେ ଏବଂ ଏହା ବାଧ୍ୟତାମୂଳକ।ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ |
ଆପଣମାନଙ୍କ ସହଯୋଗ ଓ ତ୍ୟାଗ ବଳରେ କରୋନା ସଂକ୍ରମଣକୁ ରୋକିବାରେ ଓଡ଼ିଶା ଅନେକାଂଶରେ ସଫଳ ହୋଇଛି। ଆମ ସରକାର ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଶ୍ରେଷ୍ଠ ପ୍ରୟାସ ସତ୍ତ୍ୱେ ମଧ୍ୟ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ଜୀବନ ସ୍ୱାଭାବିକ ହୋଇନାହିଁ; ଯାହା ମୋତେ ବ୍ୟଥିତ କରୁଛି। କଟକଣା ହଟିଲେ ରାଜ୍ୟ ସରକାର ସେମାନଙ୍କ ଫେରିବାର ସୁବନ୍ଦୋବସ୍ତ କରିବେ। pic.twitter.com/YApEBJrEvA
— Naveen Patnaik (@Naveen_Odisha) April 19, 2020
ଅନ୍ୟ ରାଜ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ରହିଛନ୍ତି | ସେମାନଙ୍କ ଅବସ୍ଥା ମୋତେ ବହୁତ ଦୁଃଖ ଦେଇଛି | ଲକଡାଉନ୍ କଟକଣା ଉଠିଗଲେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ମାନଙ୍କ ସହ ଆଲୋଚନା କରିବୁ |ମୋର ବିଶ୍ଵାସ କୋଭିଡ୍-୧୯ ବିରୋଧୀ ମୁକାବିଲାରେ ପଞ୍ଚାୟତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବ। ଆଶା କରୁଛୁ ଆମେ ଏହି ମହାବିପତ୍ତିରେ ବିଜୟ ଲାଭ କରିବା, ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି