ଭୁବନେଶ୍ବର:ଲକ ଡାଉନର ଘୋଷଣା ଯୋଗୁ ସାରା ଭାରତ ରେ ମୋଟର ଗାଡି ଟ୍ରେନ ଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିଥିବାରୁ ଓଡିଶାରେ ରହୁଥିବା ଲୋକମାନେ ନିଜ ନିଜ ଗାଁ ଅଭିମୁଖେ ଆସୁଥିବାର ଦେଖିବାକୁ ମିଳୁଛି ଏବଂ କାମ ନଥିବାରୁ ବହୁ ଅସୁବିଧାରେ ରହୁଛନ୍ତି ।ଏହି ପରିପେଖିରେ ଯାଜପୁର ର ବରୀ ନିର୍ବାଚନ ମଣ୍ଡଳୀ ର ମହାକାଳପଡ଼ା ଗ୍ରାମର ସମାଜ ସେବୀ ସୁମନ୍ତ୍ ମଲ୍ଲିକ ପାଦେ ଆଗକୁ ଆସିଛନ୍ତି।
ସେ ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ର ଛାତ୍ର। ସୁମନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ କିଛି ବନ୍ଧୁ କଟକ ସିଡିଏ ଅଞ୍ଚଳରେ ବାଲିଘାଟ ବସ୍ତିରେ କୋରୋନା ପ୍ରଭାବରେ ପଭାବିତ ଗରିବ, ଅହସାୟ ମାନବିକ ବିକଳାଙ୍ଗ ଲୋକଙ୍କୁ ଶୁଖିଲା ଖାଦ୍ୟ ମାସ୍କ , ସେନିଟାଇଜର ପ୍ରଦାନ କରଯାଇଥିଲା।
ସେ ଲୋକ ମାନଙ୍କୁ ସଚେତନ ହେବାର ବାର୍ତ୍ତା ଦେଇଥିଲେ। ଏହି ବଣ୍ଟନ କାର୍ଯ୍ୟରେ ସୁମନ୍ତ ମଲ୍ଲିକ, ବାସୁଦେବ ସେଠୀ, ବ୍ରଜଭୂଷଣ ସାହୁ, ବିକାଶ ଦଳେଇ, ଶିବୁ ଦାସ ଉପସ୍ଥିତ ଥିଲେ l ଏହି ସାହାଯ୍ୟ ପାଇଁ ହାତ ବଢାଇଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।