ପୁରୀ:(ସମୀର ରଞ୍ଜନ ନାୟକ)ଶ୍ରୀ ମନ୍ଦିର ସେବାୟତ ଙ୍କୁ ମିଳିବ ସହାୟତା । କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରୀ ମନ୍ଦିର ସେବାୟତ ଙ୍କ ପରିବାର କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ପ୍ରଦାନ ।ଏହି ସହାୟତା ସିଧା ସଳଖ ସେମାନ ଙ୍କ ବ୍ୟାଙ୍କ ଆକାଉଣ୍ଟୁକୁ ପ୍ରଦାନ କରାଯିବ । କରୋନା ପାଇଁ ପ୍ରଥମ ପର୍ଯ୍ୟାୟ ରେ ମାର୍ଚ୍ଚ ୨୦ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱତୀୟ ପର୍ଯ୍ୟାୟ ରେ ୨୯ ରୁ ଏଯା ବତ ଶ୍ରୀ ମନ୍ଦିର ସମ୍ପୂର୍ଣ ଲଗଡାଉନ ହୋଇ ରହିଛି ।
ଭକ୍ତ ଙ୍କ ଶ୍ରୀ ମନ୍ଦିର ରେ ପ୍ରବେଶ ଉପରେ କଟକଣା ରହି ଥିବା ବେଳେ କେବଳ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ନୀତି କାନ୍ତ ସହ ଜଡିତ ପାଳିଆ ସେବାୟତ ଙ୍କ ପ୍ରବେଶ ସୁଯୋଗ ରହିଛି । ଭକ୍ତ ଶୂନ୍ୟ ହୋଇଥିବା ଶ୍ରୀ ମନ୍ଦିର ଯୋଗୁ ପ୍ରଭାବିତ ହୋଇଥିବା ୨୧୩୦ ସେବାୟତ ପରିବାର ଏହି ଆର୍ଥକ ସହାୟତା ଦିଆଯିବ ।ଯେଉଁ ସେବାୟତ ପରିବାର ଙ୍କ ବ୍ୟାଙ୍କ ଆକାଉଣ୍ଟ ନଥିବ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନ ଙ୍କ ଘରେ ଏହି ଆର୍ଥକ ସହାୟତା ଯୋଗାଇ ଦିଆଯିବ । ଶ୍ରୀ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତି କୁ ସେବାୟତ ନିଯୋଗ ପକ୍ଷରୁ ରୁ ସ୍ବାଗତ କରାଯାଇଛି।