Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସପ୍ତାହକ ଭିତରେ ଭୁବନେଶ୍ବରରେ କରାଯିବ ୫ ହଜାର ନମୁନା ପରୀକ୍ଷା

295 0

ଭୁବନେଶ୍ୱର:(ଏଇ ଓଡିଶା ନିଉଜ)ପ୍ରୟାଶ ଆମର କାର୍ଯ୍ୟ,  ଫଳ ଭବିଷ୍ୟତ କହିବ ! ଏମିତି କହି ମୁଖ୍ୟ ଶାସନ ସଚିବ ରାଜ୍ୟ ସହ ରାଜଧାନୀର କରୋନା ସଂକ୍ରମଣ ସ୍ଥିତି ଏବଂ ମୁକାବିଲା କଥା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୭ଟି ଲ୍ୟାବ୍‌ରୁ କେବଳ ୬ଟି ସରକାରୀ ଲାବରୋଟରୀରେ ୭ହଜାର୫୭୭ ନମୁନା ପରୀକ୍ଷଣ କରାଯାଇଛି। ସେଥିରେ ୬୦ଟି ପଜେଟିଭ ଆସିଛି। ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୪୬ଟି ପଜେଟିଭ କେସ୍ ଚିହ୍ନଟ ହୋଇଛି।

ତେବେ ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ଜୋନ, ଲକଡାଉନ ଏବଂ ସଟ୍‌ଡାଉନ ଭଳି କଡା ପଦକ୍ଷେପ ଯୋଗୁ ଭୁବନେଶ୍ୱର ସହ ରାଜ୍ୟରେ ଗତ ୨ ଦିନ ହେଲା ଗୋଟିଏ ବି ନୂଆ ପଜେଟିଭ କେସ୍ ମିଳିନାହିଁ।ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ।ରାଜଧାନୀ ଭୁବନେଶ୍ବରରେ ଆଗାମୀ ୭ ଦିନ ଭିତରେ ୫ ହଜାର ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଏଥିଲାଗି ରାଜ୍ୟ ସରକାର ଭୁବନେଶ୍ୱରରେ ଟେଷ୍ଟିଂ କ୍ଷମତା ମଧ୍ୟ ବଢାଇଛନ୍ତି। ଭୁବନେଶ୍ବରର ଏମସ୍, ଆରଏମଅଆରସି, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଓ ଆପୋଲୋ ହସ୍ପିଟାଲରେ ନମୁନା ପରୀକ୍ଷା ବ୍ୟବସ୍ଥା ରହିଛି। ଏହି ନମୁନା ପରୀକ୍ଷା ଅଭିଯାନ ଭାରତରେ ପ୍ରଥମ ବଡ଼ ଅଭିଯାନ ହେବ।ତେବେ ନମୂନା ସଂଗ୍ରହ ବେଳେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସହଯୋଗ କରିବାକୁ ସେ ସାହି, ବସ୍ତି ଓ ପୂଜା କମିଟିଗୁଡ଼ିକୁ ଅନୁରୋଧ କରିଛନ୍ତି। ତେବେ ସହଯୋଗ ନକଲେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ ବୋଲି କହିଛନ୍ତି।

Related Post

ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

Posted by - September 28, 2021 0
ବୈଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକ ର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣ ରୁ ଜିଲ୍ଲା ର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ! ଏଠାରେ…

ରାଜ୍ୟରେ ବିସ୍ଫୋରଣ ; ଅନଗୁଳ ଜିଲ୍ଲାରେ ବ୍ରେକ୍ ଫେଲ୍

Posted by - July 19, 2020 0
ଅନୁଗୁଳ: (ମହେଶ ଭୋମରାଜ)ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ

Posted by - July 12, 2021 0
ଭୁବନେଶ୍ବର: ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ। କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ନୂଆ କୋଠା। ଏଥିପାଇଁ ପବିତ୍ର ରଥଯାତ୍ରା ଅବସରରେ ବିଜେଡି ସୁପ୍ରିମୋ ନବୀନ…

ବିଜୁ ବାବୁ ଙ୍କ ମୂର୍ତି ସଫା କଲେ ବିଜୁ ପ୍ରେମୀ

Posted by - July 16, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ବର୍ଷର ବିଭିନ୍ନ ସମୟରେ ମହାପୁରୁଷ ମାନଙ୍କ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଜୟନ୍ତୀ ଉତ୍ସବ ପାଳନ କରାଯାଇ ଥାଏ। ଜୟନ୍ତୀ ଉତ୍ସବ…

Leave a comment

Your email address will not be published.