ବରୀ:( ସ୍ନେହାଂଶୁ ଶେଖର ମହାନ୍ତି)ବରୀ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଆଜି ଅଚାନକ ବରୀ ତହସିଲଦାର ସରୋଜ କାନ୍ତ ନାୟକ କୌଣସି ତରଫରୁ ଖବର ପାଈଁ ଅଣିକଣା ଘାଟରେ ବାଲି ବୋଝେଇ କରୁଥିବା ଟ୍ରାକ୍ଟର କୁ ଜବତ କରିବା ସହ ଜୋରିମାନା ଆଦାୟ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଟ୍ରାକ୍ଟର କେବଳ ଚାଷ କାମରେ ବ୍ୟବହାର ପାଇଁ ନିୟମ ଥିବା ବେଳେ କିଛି ଟ୍ରାକ୍ଟର ଅଧା ରାତିରୁ ଘାଟ ରୁ ଚୋରା ରେ ବାଲି ଉଠେଇ ବିକ୍ରି କରୁଥିବା ଜଣାପଡିଛି ।
ସୂଚନା ପାଇଁ ବରୀ ତହସିଲଦାର ଅଚାନକ ଚଢ଼ାଉ କରିଥିଲେ ଓ ସେହିଠାରୁ ଉକ୍ତ ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଥିବା ବେଳେ ବରୀ ତହସିଲ ତରଫରୁ ଗାଡ଼ିକୁ ଜବତ କରାଯାଇଥିବା ତହସିଲ ପକ୍ଷରୁ ଜଣାପଡିଛି ।
Facebook Notice for EU!
You need to login to view and post FB Comments!